ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି

ଭୁବନେଶ୍ୱର,୨୯/୦୨: ଦୀର୍ଘ ୧୦ ଦିନର  ଲୀଳାଖେଳା ଗୁରୁବାର ସରିବ । ଖଣ୍ଡଗିରିରୁ ବିଦାୟ ନେବେ ୬ ଅପେରା ପାର୍ଟି । ବୁଧବାର ନବମ ରଜନୀରେ କେବଳ ‘ସୂର୍ଯ୍ୟ ମନ୍ଦିର’ ଓ  ‘ଶିବାନୀ’ ନିଜ ନିଜ କାହାଣୀ ବଦଳାଇଛନ୍ତି । ରଙ୍ଗ ମହଲ ‘ମୁଁ ଗୋଟେ ଝିଅର ବାପା’ ନୂଆ ନାଟକ ୨ ଦିନ ଧରି ମଞ୍ଚସ୍ଥ କରିବା ପରେ ଏହି  ନାଟକ ମଞ୍ଚସ୍ଥ କରି ବିଦାୟ ନେବ । ବାକି ୩ଟି  ପାର୍ଟି ସେମାନଙ୍କ ପୁରୁଣା କାହାଣୀ ବୁଧବାର ଓ  ଗୁରୁବାର ମଞ୍ଚସ୍ଥ କରି ମେଲାଣି ନେବେ । ଶିବାନୀ ବୁଧବାର ‘ଅଲିଅଳୀ ରାଜଜେମା’  ଦର୍ଶକଙ୍କୁ ଭେଟି ଦେଇଥିଲା । ନାଟକଟିକୁ ରଚନା  କରିଛନ୍ତି ଅରୁଣ ନାୟକ ଓ ନିର୍ଦ୍ଦେଶନା ଦେଇଛନ୍ତି  ମହେଶ ହାଜରା । 

ସେହିପରି ‘ସୂର୍ଯ୍ୟ ମନ୍ଦିର’  ଶେଷ ୨ରାତି ‘ହାତ ଧରି ବାଟ ଚାଲୁଥିବା’ ମଞ୍ଚସ୍ଥ  କରି ବିଦାୟ ନେବ । ‘ସ୍ୱର୍ଣ୍ଣ ମହଲ’ର ସେହି  ନାଟକ ‘ଯେତେ ଦୁଃଖ ଦେବୁ ଦେ’ରେ କାଳିଆ’  ରିପିଟ୍‌ ହୋଇଛି । ତୁଳସୀ ତା’ର ସେହି ନାଟକ  ‘ଅଧା ରାତିର ସାଥୀ’ ଶେଷ ୨ଦିନ ରିପିଟ୍‌ କରି  ବିଦାୟ ନେବ । ‘ସ୍ୱପ୍ନ ମହଲ’ ବି ସେଇ ନାଟକ  ‘କେତେ କାନ୍ଦିବୁରେ ଗୌର ଦାସ’ ମଞ୍ଚସ୍ଥ  କରି ବିଦାୟ ନେବ ।

ଗୁରୁବାର ବିଦାୟ ରଜନୀ ହୋଇଥିବାରୁ ୬ଟି ପାର୍ଟିର କଳାକାରମାନଙ୍କର ପରସ୍ପରକୁ ଭେଟଘାଟ୍‌ ହୋଇଥିଲା । ନିଜ ନିଜ କ୍ୟାମ୍ପରୁ ବାହାରି ଅନୁଭୂତି ବାଣ୍ଟିବା ସହ ପୁଣି ଆର ବର୍ଷକୁ ଏହି ମଞ୍ଚରେ ଦେଖା ହେବାର ଆଶ୍ୱାସନା ଦେଇଥିଲେ । ପାର୍ଟି ବଦଳିଥିବ କି ନା ଜଣାନାହିଁ, କିନ୍ତୁ ଜାଗା ସେହି ଖଣ୍ଡଗିରି ନିଶ୍ଚୟ ବୋଲି କେତେକ କଳାକାର ହାସ୍ୟରସର ସହିତ କହୁଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.