ଟ୍ରେନର ଏହି ୧୧ ଟି ହର୍ନର ଅର୍ଥ ଜାଣନ୍ତି କି?,ପ୍ରତି ସିଟିର ରହିଛି ଭିନ୍ନତା

ନୂଆଦିଲ୍ଲୀ,୯।୬: ଆମେମାନେ ପିଲାବେଳୁ ଟ୍ରେନ ହର୍ନର ନକଲ କରିବାରେ ଜାଣିଛୁ। ବଡ ହେବାପରେ ଏତେଥର ଯିବା ଆସିବା ମଧ୍ୟ କରିଛୁ। କିନ୍ତୁ କ’ଣ ଆପଣମାନେ ଜାଣିଛନ୍ତି କି ଭାରତୀୟ ରେଲଓ୍ବେ ୧୧ ପ୍ରକାର ହର୍ନର ବ୍ୟବହାର କରିଥାଏ ଓ ସମସ୍ତ ହର୍ନର ଏକ ଭିନ୍ନ ଭିନ୍ନ ଅର୍ଥ ରହିଥାଏ। ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଭିନ୍ନ ଭିନ୍ନ ପ୍ରକାର ହର୍ନ ବଜାଇ ଚାଳକ ଓ ଗାର୍ଡ ନିଜ ନିଜ ଭିତରେ କିଭଳି ତାଳମେଳ ରଖିଥାନ୍ତି।
ଯଦି ଚାଳକ ଗୋଟେ ଥର ଛୋଟ ହର୍ନ ବଜାନ୍ତି ତେବେ ଏହାର ଅର୍ଥ ଗାଡି ୟାର୍ଡକୁ ଯିବାର ପ୍ରସ୍ତୁତି କରୁଛି। ଏହା ବ୍ୟତୀତ ଯଦି ଚାଳକ ଦୁଇଥର ଛୋଟ ହର୍ନ ବଜାନ୍ତି ତେବେ ଏହାର ଅର୍ଥ ଚାଳକ ଗାର୍ଡଙ୍କୁ ଟ୍ରେନ ଚଳାଇବା ପାଇଁ ସଙ୍କେତ ମାଗୁଛନ୍ତି। ଯଦି ଟ୍ରେନ ଚାଳକ ୩ଥର ଛୋଟ ହର୍ନ ବଜାନ୍ତି ତେବେ ଏହାର ଅର୍ଥ ଗାଡି ନିଜର ନିୟନ୍ତ୍ରଣ ହରାଇ ଦେଇଥାଏ। ଆଉ ଗାର୍ଡକୁ ସଙ୍କେତ ଦେଇଥାଏ ସେ ସେ ନିଜର ବଗିରେ ଲାଗିଥିବା ଭ୍ୟାକ୍ୟୁମ ବ୍ରେର ବ୍ୟବହାର ତୁରନ୍ତ କରନ୍ତୁ। ଏହା ବ୍ୟତୀତ ଗାଡି ଚଳାଇବା ସମୟରେ ଯଦି ଅଚାନକ ରହିଯାଏ ତେବେ ଚାଳକ ବାରମ୍ବାର ଛୋଟ ହର୍ନ ଯଦି ବଜାନ୍ତି ତେବେ ଜାଣିନିଅନ୍ତୁ ଯେ, ଇଞ୍ଜିନ କିଚି ଖରାପ ହୋଇଛି ଓ ଗାଢହି ଆଗକୁ ଯାଇପାରିବ ନାହିଁ କିମ୍ବା କୌଣସି ଦୁର୍ଘଟଣା ହୋଇଛି।
ଯଦି ଚାଳକ ଗୋଟେ ଥର ଲମ୍ବା ହର୍ନ ମାରନ୍ତି ଓ ଏକ ଛୋଟ ହର୍ନ ମାରନ୍ତି ତେବେ ସେ ଗାର୍ଡକୁ ସଙ୍କେତ ଦେଇଥାଏ ଓ ସେ ପୁଣିଥରେ ଗାଡି ଆରମ୍ଭ ହେବା ପୂର୍ବରୁ ବ୍ରେକ ପାଇପ୍ ସିଷ୍ଟମର ଯାଞ୍ଚ କରିନିଅନ୍ତୁ। ଏହାଛଡା ଯଦି ଚାଳକ ଦୁଇଟି ଲମ୍ବା ଓ ଦୁଇଟି ଛୋଟ ହର୍ନ ବଜାନ୍ତି ତେବେ ଏହାର ଅର୍ଥ ହେଉଛି ଗାର୍ଡଙ୍କୁ ଇଞ୍ଜିନକୁ ଆସିବାକୁ ସଙ୍କେତ ଦିଆଯାଉଛି।
ଯଦି ଚାଳକ ବାରମ୍ବାର ଲମ୍ବା ହର୍ନ ଦିଅନ୍ତୁ ତେବେ ଏହାର ଅର୍ଥ ଗାଡି ବିନା କୌଣସି ଷ୍ଟେସନରେ ନରହି ଷ୍ଟେସନ ପାର କରୁଛି। ଏହାଛଡା ଯଦି ଚାଳକ ରହି ରହି ଲମ୍ବା ହର୍ନ ଦିଅନ୍ତି ତେବେ ଏହାର ଅର୍ଥ ଗାଡି କୌଣସି ରେଳଷ୍ଟେସନ୍ ଫାଟକ ପାର କରୁଛି ଓ ସେହି ରାସ୍ତାର ଲୋକଙ୍କୁ ସଚେତନ କରାଉଛି। ଯଦି ଚାଳକ ଏକ ଲମ୍ବା ଓ ଛୋଟ ହର୍ନ ଦିଅନ୍ତି ତେବେ ଏହାର ଅର୍ଥ ରେଳ-ଓ୍ବେ ବିଭାଜିତ ହେଉଛି। ଏହାଛଡା ଯଦି ଚାଳକ ଦୁଇଟି ଛୋଟ ଓ ଏକ ଲମ୍ବା ହର୍ନ ଦିଅନ୍ତି ତେବେ କୌଣସି ଗାଡି ଜରୁରୀକାଳୀନ ଚେନ୍ ଟାଣୁଛିି କିମ୍ବା କାର୍ଡ ଭ୍ୟାକୁମ ବ୍ରେକ୍ ଲଗାଇଛନ୍ତି। ଯଦି ଚାଳକ ୬ ଥର ଛୋଟ ହର୍ନ ବଜାନ୍ତି ତେବେ ଆଗକୁ କୌଣସି ବଡ ଧୋକା ହୋଇପାରେ।