ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ବାୟୋମେଟ୍ରିକ୍‌ ବିନା କେମିିତି ହୁଏ ପିଲାଙ୍କ ଆଧାର କାର୍ଡ, ଜାଣନ୍ତୁ ପୁରା ପ୍ରକ୍ରିୟା

ନୂଆଦିଲ୍ଲୀ, ୨୩/ ୧୦: ଆଜିର ସମୟରେ ଭାରତରେ ନାଗରିକଙ୍କ ପରିଚୟ ପତ୍ର ଭାବେ ଆଧାର କାର୍ଡର ଆବଶ୍ୟକତା ସବୁଠି ପଡ଼ୁଛି। ବୁଢ଼ାଠୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଜରୁରୀ ଆଧାର କାର୍ଡ। ଏପରିକି ବିଭିନ୍ନ ସେବା ଓ ସୁବିଧା ପାଇବା ପାଇଁ ମଧ୍ୟ ଆଧାର କାର୍ଡର ଆବଶ୍ୟକତା ପଡ଼ିଥାଏ। ହେଲେ ଯେଉଁ ମାନଙ୍କର ବୟସ ୫ବର୍ଷରୁ କମ୍‌ ହୋଇଥାଏ। ସେହି ଶିଶୁଙ୍କର ଆଧାରକାର୍ଡ କିଭଳି ହୁଏ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ଏହି ଭଳି ଭାବେ ୫ବର୍ଷରୁ କମ୍‌ ବୟସର ଶିଶୁଙ୍କର ଆଧାର କାର୍ଡ ବନାନ୍ତୁ।

ପାଞ୍ଚ ବର୍ଷରୁ କମ୍‌ ଶିଶୁଙ୍କ ଆଧାରକୁ ବାଲ ଆଧାର କୁହାଯାଏ। ଏହା ନୀଳ ରଙ୍ଗର ହୋଇଥାଏ। ଏହି ଆଧାର କାର୍ଡ ବନେଇବା ପାଇଁ ପିଲାଙ୍କ ଜନ୍ମ ପ୍ରମାଣ ପତ୍ରର ଆବଶ୍ୟକତା ପଡ଼ିଥାଏ। ବାଲ ଆଧାର ପାଇଁ ଶିଶୁଙ୍କର ବାୟୋମେଟ୍ରିକ୍‌ ଡାଟା ନିଆଯାଇ ନଥାଏ। ହେଲେ ଶିଶୁଟିର ବୟସ ଯେତେବେଳେ ୫ ବର୍ଷରୁ ଅଧିକ ହୋଇଯାଏ ସେତେବେଳେ ବାୟୋମେଟ୍ରିକ୍‌ ଡାଟା ଗ୍ରହଣ କରାଯାଇ ଥାଏ। ୧୫ବର୍ଷରୁ ଅଧିକ ବୟସ ହେଲା ପରେ ବାୟୋମେଟ୍ରିକ ଡାଟା ଅପଡେଟ କରାଯାଇଥାଏ।

ନୂଆ ଆଧାର କାର୍ଡ ପାଇଁ କେମିିତି କରିବେ ଆବେଦନ:

wp:list
  • ପ୍ରଥମେ ନିକଟସ୍ଥ ଆଧାର ସେବା କେନ୍ଦ୍ରକୁ ଯାଆନ୍ତୁ। ପରେ ଏନରୋଲମେଣ୍ଟ ଫର୍ମ ପୂରଣ କରନ୍ତୁ।
  • ସମସ୍ତ ଜରୁରୀ ଡକୁମେଣ୍ଟସ୍‌ ସହିତ ଫିଲଅପ୍‌ କରିଥିବା ଫର୍ମଟିକୁ ଆଧାର କେନ୍ଦ୍ରରେ ଦାଖଲ କରନ୍ତୁ।
  • ଯଦି ଶିଶୁଟି ୫ ବର୍ଷରୁ ଅଧିକ ବୟସର ହୋଇଥାଏ ତେବେ ଶିଶୁଟିର ବାୟୋମେଟ୍ରିକ୍‌ ରେକର୍ଡ କରାଯିବ।
  • ଯଦି ଶିଶୁଟି ୫ ବର୍ଷରୁ କମ୍‌ ବୟସର ହୋଇଥାଏ ତେବେ ଶିଶୁଟିର ଜନ୍ମଗତ ପ୍ରମାଣ ପତ୍ର ଦାଖଲ କରିବାକୁ ପଡ଼ିବ।
  • ଆପଣଙ୍କୁ ଏକ ଏକରୋଲମେଣ୍ଟ ସ୍ଲିପ୍‌ ଦିଆଯିବ। ଯେଉଁଥିରେ ଆପଣଙ୍କର ଏନରୋଲମେଣ୍ଟ ଆଇଡି ଲେଖା ଯାଇଥିବ।
  • ଏନରୋଲମେଣ୍ଟର ୯୦ ଦିନ ଭିତରେ ଆଧାର କାର୍ଡ ପୋଷ୍ଟ ଦ୍ବାରା ଘରେ ଆସି ପହଁଞ୍ଚିଯିବ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.