ମୁମ୍ବାଇ,୨/୪ : SRHର ବଡ଼ ବିଜୟ । ଆଇପିଏଲ୍ ୨୦୨୬ର ଷଷ୍ଠ ଲିଗ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସକୁ ୬୫ରନରେ ହରାଇଛି। ୨୨୭ରନର ପିଛା କରି କୋଲକାତା ନାଇଟ ରାଇଡର୍ସ ୧୬ ଓଭରରେ ୧୬୧ରନ୍ କରି ସମସ୍ତ ଓ୍ବିକେଟ ହରାଇଥିଲା । ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଭଲ ବ୍ୟାଟିଂ ଏବଂ ପରେ ଦମଦାର୍ ବୋଲିଂ ଦେଖିବାକୁ ମିଳିଛି ।
ପ୍ରଥମେ SRH ବ୍ୟାଟିଂ କରି ଦଳ ପାଇଁ ଅଭିଷେକ ଶର୍ମା, ଟ୍ରେବିସ ହେଡ଼ ଏବଂ ହେନରିକ କ୍ଲାସେନ ଦମଦାର୍ ବ୍ୟାଟିଂ କରିଛନ୍ତି । କ୍ଲାସେନ ୩୫ବଲରେ ୪ଚୌକା ଏବଂ ୧ଛକା ସହ ୫୨ରନ୍ କରିଥିଲେ। ଅଭିଷେକ ଶର୍ମା ୨୧ବଲରେ ୪ଚୌକା ଏବଂ ୪ଛକା ଲଗାଇ ୪୮ ରନ୍ କରିଥିଲେ। ସେହିଭଳି ଟ୍ରେବିସ ହେଡ ୨୧ବଲରେ ୬ଚୌକା ଏବଂ ୩ଛକା ସହ ୪୬ରନ୍ କରିଥିଲେ । ମାତ୍ର ଯେଉଁ ହିସାବରେ ହାଇଦ୍ରାବାଦର ଆରମ୍ଭ ହୋଇଥିଲା ତାକୁ ଦେଖି ଲାଗୁଥିଲା କି ଟିମ୍ ବହୁ ସହଜରେ ୨୫୦ ଛୁଇଁ ପାରେ । କିନ୍ତୁ ଟିମ୍ ମଧ୍ୟ ଓଭରରେ ବାରମ୍ବାର ଓ୍ବିକେଟ ହରାଇ ଚାଲିଲା । ପାଓ୍ବାରପ୍ଲେରେ ଟିମର ସ୍କୋର୍ ୧ ଓ୍ବିକେଟରେ ୮୪ରନ୍ ଥିଲା । ମଝିରେ ଓ୍ବିକେଟ ଯାଇଥିଲା । ପରେ ଶେଷରେ କ୍ଲାସେନ ଏବଂ ରେଡ୍ଡି ପାଳି ସମ୍ଭାଳିଥିଲେ ଏବଂ ଟିମର ସ୍କୋରକୁ ୨୦୦ରନରେ ପହଞ୍ଚାଇଥିଲେ ।
କୋଲକାତାର ବୋଲିଂ ଉପରେ ନଜର ପକାଇଲେ ବ୍ଲେସିଂ ମୁଜାରବନି ସର୍ବାଧିକ ଓ୍ବିକେଟ ନେଇଛନ୍ତି । ୪ ଓଭରରେ ୪୧ରନ୍ ସହ ୪ଟି ଓ୍ବିକେଟ ହାସଲ କରିଥିଲେ । ସେହିଭଳି ବୈଭବ ଅରୋରା ୪ଓଭର ପକାଇ ୪୭ରନ୍ ଦେବା ସହ ୨ଓ୍ବିକେଟ ଅକ୍ତିଆର କରି ନେଇଥିଲେ । କାର୍ତ୍ତିକ ତ୍ୟାଗି ୪ଓଭରରେ ୪୮ରନ୍ ଏବଂ ଅନୁକୁଲ ରୟ ୨ଓଭରରେ ୧୬ ରନ୍ ଦେଇ ଗୋଟିଏ ଗୋଟିଏ ଓ୍ବିକେଟ ନେଇଥିଲେ ।
୨୨୭ରନ୍ ଲକ୍ଷ୍ୟର ପିଛା କରିଥିଲା କେକେଆର୍ । ଦଳ ତରଫରୁ ଅଙ୍ଗକ୍ରିଶ ରଘୁବଂଶୀ ବିସ୍ଫୋଂରକ ବ୍ୟାଟିଂ କରିଥିଲେ । ୨୯ବଲରେ ୬ ଚୌକା ଓ ୨ଛକା ବଳରେ ୫୨ରନ୍ କରିଥିଲେ । ଅଜଙ୍କ୍ୟା ରହାଣେ ୮, ଫିନ୍ ଆଲେନ ୨୮, ଅଙ୍ଗକ୍ରିଶ ରଘୁବଂଶୀ ୫୨, କ୍ୟାମରେନ ଗ୍ରୀନ ୨, ରିଙ୍କୁ ସିଂ ୩୫, ଅଙ୍କୁଲ ରୟ ୦, ରମଣଦୀପ ସିଂ ୧୦, ସୁନୀଲ ନାରିନ ୧୨, କାର୍ତ୍ତିକ ତ୍ୟାଗୀ ୫, ବୈଭବ ଅରୋରା ୧, ବରୁଣ ଚକ୍ରବତି ୦ କରିଥିଲେ ।