ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦାଦନ ଖଟିବାକୁ ଯାଇଥିବା ଶ୍ରମିକର ଦୁର୍ଘଟଣାରେ ମୃତ୍ୟୁ

ଗୋଛାପଡା ୧୬।୯ ; କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ I କାମ ଧନ୍ଦା ଅଭାବ ରୁ ଭିଟାମାଟି ଛାଡି ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନେକ ଶ୍ରମିକ I ଏମିତିକି ବାହାର ରାଜ୍ୟ ରେ ଶ୍ରମିକ ମାନେ ନିର୍ଯାତନାର ଶିକାର ହେଉଥିବା ବେଳେ ପେଟପଟଣା ଚିନ୍ତାରେ ବାହାର ରାଜ୍ୟକୁ ଯାଇ ଶ୍ରମିକ ମାନେ ଶବ ହୋଇ ନିଜ ଭିଟାମାଟିକୁ ଫେରୁ ଥିବା ବହୁ ନଜିର ରହିଛି I ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁ ର ଜଣେ ଶ୍ରମିକ ହାଇଦ୍ରାବାଦ ର ଏକ ଘରୋଇ କମ୍ପାନୀ କୁ ପରିବାର ସହ ଯାଇ ନିଜ ସ୍ତ୍ରୀ ସହ ସାମାନ୍ୟ ବଚସା କୁ ନେଇ ଆତ୍ମହତ୍ୟା କରିବା ପରେ ଶ୍ରମିକ ଙ୍କ ଶବ ଦୁଇଦିନ ପରେ ନିଜ ଗାଁ କୁ ଆସିଥିଲାI ଏହିଘଟଣାକୁ ମାସେ ନପୂରୁଣୁ ଏହି ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ର ବାଲକିଡାଡି ଗାଁ ର ଜଣେ ଶ୍ରମିକ କର୍ଣ୍ଣାଟକ ର ବାଙ୍ଗାଲୋର ରେ ଏକ ଘରୋଇ କାଠ କମ୍ପାନୀ ରେ କାମ କରୁଥିବା ସମୟରେ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁ ଘଟିଛି। 

ଗତ ତିନିମାସ ତଳେ ଏହି ବାଲକିଡାଡି ଗାଁ ର ସ୍ବର୍ଗତ ଲିସୁରା ଦିଗାଲ ଙ୍କ ପୁଅ ଟଳି ଡିଗାଲ କାମାଧନ୍ଦା ଅଭାବରୁ କର୍ଣ୍ଣାଟକ ର ବାଙ୍ଗାଲୋର ରେ ଥିବା ଏକ ଘରୋଇ କାଠ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ I ତେବେ ଗତ ୩୧ ତାରିଖ ଦିନ କମ୍ପାନୀ ରେ କାମ କରୁଥିବା ସମୟରେ ହଠାତ ଏକ କାଠ ଗଣ୍ଡି ତାଙ୍କ ଗୋଡ଼ରେ ଚାପି ହୋଇଯାଇଥିଲା ଫଳରେ ସେ ଗୁରୁତର ଆହତ ହୋଇଥିଲେ I କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ବାଙ୍ଗାଲୋର ର ଏଯେ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ I ଦୁର୍ଘଟଣା ରେ ତାଙ୍କ ଦୁଇ ଗୋଡ ନଷ୍ଟ ହୋଇଯାଇଥିବା ବେଳେ ଶୁକ୍ରବାର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା I ପୋଲିସ ଶବ ବ୍ୟବଚ୍ଛେଦ ପରେ ଶବକୁ ପାଖରେ ଥିବା ମୃତ ଶ୍ରମିକ ଙ୍କ ସମ୍ପର୍କୀୟ ଙ୍କୁ ହସ୍ତାନ୍ତର କରିବା ପରେ ବେଙ୍ଗଲୋର ରୁ ଏକ ଫ୍ଲାଇଟ ଯୋଗେ ମୃତଦେହ ଭୁବନେଶ୍ୱର ଆସିବ ପରେ ଏକ ଆମ୍ବୁଲେନ୍ସ ସାହାଯ୍ୟରେ ନିଜ ଗାଁ ବାଲକିଡାଡି କୁ ଶ୍ରମିକ ଙ୍କ ମୃତଦେହ ପହଂଚିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି I

ଆହୁରି ପଢନ୍ତୁ : ପୂଜା ଚାନ୍ଦାକୁ ନେଇ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ , ୩ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.