ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ରଣ୍ଟ ଫୁଟ୍‌କୁ ଆସିଲେ ଲାଲୁ : ଏବେ ତେଜସ୍ବୀଙ୍କ ସ୍ଥାନରେ ନେବେ ନିଷ୍ପତ୍ତି, ଆରଜେଡି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି

ପାଟନା,୨୭:  ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏରେ ଫେରିବାର ପ୍ରସ୍ତୁତି ଭିତରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଫ୍ରଣ୍ଟ ଫୁଟ୍‌ରେ ଆସିଯାଇଛନ୍ତି। ତେଜସ୍ବୀ ଯାଦବଙ୍କ ବାସଭବନରେ ଶନିବାର ହୋଇଥିବା ଆରଜେଡି ବିଧାୟକ ଦଳର ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଆଗାମୀ ନିଷ୍ପତ୍ତି ନିଆଯିବାକୁ କୁହାଯାଇଛି। ଏପର୍ଯ୍ୟନ୍ତ ତେଜସ୍ବୀ ଯାଦବ ଦଳର ସବୁ ନିଷ୍ପତ୍ତି ନେଉଥିଲେ। କୁହାଯାଉଛି ଯେ, ବର୍ତ୍ତମାନର ରାଜନୈତିକ ଘଟଣାକ୍ରମ ଭିତରେ ଆରଜେଡି ମଧ୍ୟ ଜୋରସାର ସମୀକରଣ କରିବାରେ ଲାଗିପଡିଛି। 

ଆରଜେଡିର ରାଷ୍ଟ୍ରୀୟ ମୁଖପାତ୍ର ମନୋଜ ଝା’ ଶନିବାର ସୂଚନା ଦେଇଛନ୍ତି ଯେ, ଦଳର ବିଧାୟକ ଦଳ ବୈଠକରେ ଆଗାମୀ ନିଷ୍ପତ୍ତି ପାଇଁ ଲାଲୁଙ୍କୁ ଦାୟିତ୍ବ ଦିଆଯାଇଛି। ଆରଜେଡି ବିଧାୟକ କେଦାର ପ୍ରସାଦ କହିଛନ୍ତି, ପାର୍ଟି ବିଧାୟକ ଏକଜୁଟ ହୋଇଛନ୍ତି ଓ ଶେଷ ସମୟ ପର୍ଯ୍ୟନ୍ତ ସରକାରକୁ ବଞ୍ଚାଇବାର ଆଶା ରହିଛି। ଯଦି ରାଜ୍ୟପାଳ ଡକାନ୍ତି ତେବେ ବିଧାୟକ ତାଙ୍କ ପାଖକୁ ଯିବେ। ଆରଜେଡି ବିଧାୟକ ବିଜୟ ମଣ୍ଡଳ କହିଛନ୍ତି, ଲାଲୁ ଆମର ନେତା, ସେ ଯାହା ନିଷ୍ପତ୍ତି ନେବେ ଆମେ ତାହା ମାନିବୁ।

ଉଲ୍ଲେଖନୀୟ ଯେ, ଆରଜେଡି ନିଜର ପକ୍ଷ ସ୍ପଷଟ କରିସାରିଛି। ଲାଲୁଙ୍କ ପାର୍ଟି ଏବେ ଓ୍ବେଟ୍ ଆଣ୍ଡ ଓ୍ବାଚ୍‌ ଭୂମିକାରେ ରହିବ। ସେଭଳି ନିଜ ସ୍ତରରେ ମେଣ୍ଟ ଭାଙ୍ଗିବେ ନାହିଁ। ପାର୍ଟି ଜନତାଙ୍କୁ ଏହି ମେସେଜ୍ ଦେବାକୁ ଚାହୁଁଛି ଯେ, ନୀତୀଶ କୁମାର ହିଁ ମହାମେଣ୍ଟ ଭାଙ୍ଗିକି ଯାଉଛନ୍ତି। ଆରଜେଡିର ଏଥିରେ କୌଣସି ଭୂମିକା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.