ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବଡ଼ଦାଣ୍ଡରେ ରଥ ନିର୍ମାଣ ଲାଗି ଜାଗା ଅଭାବ: ଏସି ସେଡ୍‌ ସାଜିବ ବାଧକ, କଲବଲ ହେବେ ବିଶ୍ୱକର୍ମା, ଭୋଇ ସେବାୟତ

ପୁରୀ,୦୫/୦୫: ବଡଦାଣ୍ଡର ଗୋଟିଏ ପାଶ୍ୱର୍ରେ ପ୍ରସ୍ତୁତ ଚାଲିଛି ରଥଖଳା । ଅନ୍ୟପଟରେ ଶ୍ରଦ୍ଧାଳୁଙ୍କ ଲାଗି ରହିଛି ଅସ୍ଥାୟୀ ଏସି ସେଡ୍‌ । ଆଉ ସଂକୀର୍ଣ୍ଣ ମଝି ରାସ୍ତାରେ ଚାଲିଚାଲି ଯିବେ ଶ୍ରଦ୍ଧାଳୁ । ଏହାସହିତ ଯାନବାହନ ଓ ବରିଷ୍ଠ  ନାଗରିକଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡି ମଧ୍ୟ ଚାଲିବ । ତେବେ ଏହି ସମୟରେ ଉକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଟ୍ରାଫିକ ଜାମ୍‌  ରହିବ । ଏପରିକି ରଥ ନିର୍ମାଣ କାର୍ଯ୍ୟରେ ମଧ୍ୟ ବାଧା ଉପୁଜିବ ବୋଲି ଆଶଂକା ଦେଖାଦେଇଛି ।  

ସିଙ୍ଗଡ଼ାବାଡିଆ, ଆବଶ୍ୟକ କାଠ ରଖିବା ସ୍ଥାନରେ ସେଡ୍‌ ନିର୍ମାଣ ହୋଇଛି । ସେହିଭଳି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଗ୍ରାଣ୍ଡସେଣ୍ଟର ସମ୍ମୁଖ ବ୍ୟାରିକେଡ୍‌ ପକାଯାଇ ରଥଖଳାର ଅଧାକୁ ଦଖଲରେ ରଖାଯାଇଛି । ସେହିପରି ପ୍ରସ୍ତୁତି ହୋଇଥିବା ରଥଖଳା ଆବଶ୍ୟକ  ରହିଥିବା ଜାଗା ମିଳିପାରୁନାହିଁ । ଫଳରେ  ରଥନିର୍ମାଣ କାର୍ଯ୍ୟରେ ଜାଗା ଏକ ବଡ଼  ସମସ୍ୟା ହୋଇପାରେ ବୋଲି ଆଶଙ୍କା  ପ୍ରକାଶ କରିଛନ୍ତି ଭୋଇ ସର୍ଦ୍ଦାର।  

ଏସମ୍ପର୍କରେ ଭୋଇ ସର୍ଦ୍ଦାର ରବି ଭୋଇ  କୁହନ୍ତି, ଚଳିତଥର ରଥ ନିର୍ମାଣ ଲାଗି ଜାଗା ଅଭାବ ଥିବାରୁ ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀମାନଙ୍କ ସହ  ଆଲୋଚନା କରାଯାଇଛି । ଆସନ୍ତା ୧୮  ତାରିଖ ସୁଦ୍ଧା ଅସ୍ଥାୟୀ ଏସି ସେଡ୍‌ ଓ  ଶ୍ରଦ୍ଧାଳୁଙ୍କ ନିମନ୍ତେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ବ୍ୟାରିକେଡ ଖୋଲାଯିବ । 

ଆସନ୍ତା ୧୦ ତାରିଖ ଅକ୍ଷୟତୃତୀୟାରୁ  ରଥକାଠ ଅନୁକୂଳ ହେବ । ତେଣୁ ୮ଦିନ ପର୍ଯ୍ୟନ୍ତ ସ୍ଥାନାଭାବ ଯୋଗୁଁ କଷ୍ଟରେ କାର୍ଯ୍ୟ  କରାଯିବ । ଏସି ସେଡ୍‌ ଖୋଲାଯିବା ପରେ ସୁରୁଖୁରୁରେ କାମ ହେବ ବୋଲି ସେ  କହିଛନ୍ତି । ରଥକାଠ ଅନୁକୂଳ ହେବା  ପର ଦିବସରୁ ଜୋରସୋର୍‌ କାଠ ଚିରଟ  କାର୍ଯ୍ୟ ଆରମ୍ଭ ହୋଇଥାଏ । କିଭଳି  ଧାର୍ଯ୍ୟ ସମୟ ମଧ୍ୟରେ ତିନି ରଥ ନିର୍ମାଣ  କାର୍ଯ୍ୟ ଶେଷ ହେବ ତାହାକୁ ଲକ୍ଷ୍ୟ ରଖି ବିଶ୍ୱକର୍ମା, କମାର, ରୂପକାର ଓ ଭୋଇ  ସେବାୟତମାନେ କାର୍ଯ୍ୟ କରିଥାନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.