wp:preformatted
ନୂଆଦିଲ୍ଲୀ, ୦୪।୧: ପରଲୋକରେ ଜାତୀୟ ପୁରସ୍କାର ପ୍ରାପ୍ତ କିମ୍ବଦନ୍ତୀ ପ୍ଲେ ବ୍ୟାକ୍ ଗାୟକ ବାଣୀ ଜୟରାମ । ୭୮ ବର୍ଷରେ ତାଙ୍କ ଦେହାନ୍ତ ହୋଇଛି । ନିକଟରେ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ପାଇବାକୁ ବାଣୀଙ୍କ ନାଁ ଘୋଷଣା କରାଯାଇଥିଲା । ଚେନ୍ନାଇର ନାଙ୍ଗମ୍ବାକ୍କାମର ହାଡୋସ୍ ରୋଡରେ ଥିବା ତାଙ୍କ ଘରେ ବାଣୀଙ୍କ ମୃତ୍ୟୁ ଘଟିଛି । ତାଙ୍କ କପାଳରେ ଆଘାତ ଲାଗିଥିବାର ସୂଚନା ମିଳିଛି ।
/wp:preformatted
wp:preformatted
ପ୍ରତିଭାବାନ୍ ଗାୟକ ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ, ତୁଲୁ ଏବଂ ଓଡ଼ିଆରେ ଅନେକ ଗୀତ ଗାଇଛନ୍ତି ବାଣୀ ଜୟରାମ । ସେ ଅନେକରେ ବହୁ ଅଭିନୟ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ, ଯେ ସେ ଶ୍ରେଷ୍ଠ ମହିଳା ପ୍ଲେ ବ୍ୟାକ୍ ସିଙ୍ଗର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି । ତାମିଲନାଡ଼ୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ ଏବଂ ଓଡ଼ିଶାରୁ ମଧ୍ୟ ରାଜ୍ୟ ପୁରସ୍କାର ଗ୍ରହମ କରିଛନ୍ତି । ନିକଟରେ ବାଣୀ ଜୟରାମ ଜଣେ ବୃତ୍ତିଗତ ଗାୟକ ଭାବରେ ୫୦ ବର୍ଷ ପୂରଣ କରିଥିଲେ । ଏଥିସହ ୧୦ ହଜାରରୁ ଅଧିକ ଗୀତ ରେକର୍ଡ କରିଥିଲେ । ସେ ଏମଏସ ଇଲିୟାରାଜା, ଆରଡି ବର୍ମନ, କେ.ଭି ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ଅନେକ ନାମୀଦାମୀ ସଙ୍ଗୀତକାରଙ୍କ ସହ କାମ କରିଛନ୍ତି।
/wp:preformatted