ଭୁବନେଶ୍ୱର,୦୪/୧୦: ଶୁକ୍ରବାର ଚଳିତ  ଲିଜେଣ୍ଡସ ଲିଗ୍‌ କ୍ରିକେଟରରେ ଜମ୍ମୁରେ ଖେଳାଯିବ  କୋଣାର୍କ ସୂର୍ଯ୍ୟସ ଓଡ଼ିଶା ଓ ଇଣ୍ଡିଆ କ୍ୟାପିଟାଲ୍ସ ମ୍ୟାଚ୍‌ । କୋଣାର୍କ ପୂର୍ବରୁ ଗୋଟିଏ ମ୍ୟାଚ୍‌ ଜିତିଥିବାବେଳେ  ଗୋଟିଏ ମ୍ୟାଚ୍‌ରେ ପରାଜିତ ହୋଇଛି । ଅବଶିଷ୍ଟ ୨ଟି  ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ପରବର୍ତ୍ତୀ  ରାଉଣ୍ଡରେ ପ୍ରବେଶ କରିବାକୁ  ହେଲେ ଦଳକୁ ଆସନ୍ତାକାଲି  ଇଣ୍ଡିଆ କ୍ୟାପିଟାଲ୍ସକୁ ପରାଜିତ  କରିବାକୁ ହେବ । 

ଗତକାଲି ସଦର୍ଣ୍ଣ ସୁପରଷ୍ଟାର୍ସ ଠାରୁ ପରାଜିତ  ହେବା ପରେ କୋଣାର୍କ ଗୁରୁବାର ଜମ୍ମୁରେ ପହଞ୍ଚିିଥିଲା ।  ଏଠାରେ ଦଳ ୨ଟି ମ୍ୟାଚ୍‌ ଖେଳିବ। କ୍ୟାପିଟାଲ୍ସ ସହ  ଖେଳିବା ପରେ ଆସନ୍ତା ୬ ତାରିଖରେ ହାଇଦ୍ରାବାଦକୁ  ଭେଟିବ । ଏହାପରେ ଶେଷ ଲିଗ୍‌ରେ ଆସନ୍ତା ୧୧ରେ ଗୁଜରାଟ ଜାଏଣ୍ଟସକୁ ଭେଟିବାର ସୂଚୀ ରହିଛି ।