PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଜନ୍ମକଲା ଝିଅକୁ ହତ୍ୟା, ମାଆ’ ଓ ସାବତ ବାପାକୁ ଆଜୀବନ କାରାଦଣ୍ଡ

ବାଲେଶ୍ଵର, ୨୫/୦୫ : ଜନ୍ମକଲା ଝିଅକୁ ହତ୍ୟା ଅଭିଯୋଗରେ ମାଆ’ ଓ ସାବତ ବାପାକୁ ଆଜୀବନ କାରାଦଣ୍ଡ। ଏଥିସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଶୁଣାଣି ହୋଇଛି। ବାଲେଶ୍ଵର ସ୍ଵତନ୍ତ୍ର ଓପିଆଇଡି କୋର୍ଟ ଜର୍ଜ ବିଶ୍ୱଜିତ୍ ଦାସ ଏହି ଶୁଣାଣି କରିଛନ୍ତି।

ପ୍ରକାଶ ଥାଉକି, ବେବି ବିୱି ନିଜ ଦ୍ଵିତୀୟ ସ୍ଵାମୀଙ୍କ ସହ ମିଶି ପ୍ରଥମ ସ୍ଵାମୀ ପାଖରୁ ଜନ୍ମ ହୋଇଥିବା ୧୩ ବର୍ଷର ନାବାଳିକା ଝିଅକୁ ହତ୍ୟା କରିଥିଲା। ଏନେଇ ଗତ ୨୮ ଜୁନ ୨୨ରେ ବାଲେଶ୍ଵର ଟାଉନ୍ ଥାନାରେ ମୃତ ନାବାଳିକାଙ୍କ ପିତା ସେକ କୁତୁବୁଦ୍ଧିନ ଅଭିଯୋଗ ଆଣିଥିଲେ । ସମ୍ପୃକ୍ତ ଘଟଣାରେ ମା’ ବେବି ବିୱି ଏବଂ ବେବିର ଦ୍ୱିତୀୟ ସ୍ୱାମୀ ଏସକେ ଅବଦୁଲ ରହିମ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫଳରେ ସେମାନଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି ହୋଇଛି। ଏହି ମୋକୋଦ୍ଦମାରେ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ।