ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଜୀବନର ମୂଲ୍ୟ ୫ଶହ ଟଙ୍କା !

ରାୟଗଡ଼ା,୨୭/୦୭: ଅବହେଳା ପରେ ଅବହେଳା । ଯାହା ଫଳରେ ହଷ୍ଟେଲରେ ରହୁଥିବା ଜଣେ ନିରୀହ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମ୍ୟାଲେରିଆରେ ଜୀବନ ଗଲା । ପରେ ମୁହଁ ବନ୍ଦ ରଖିବାକୁ ପରିବାର ଲୋକଙ୍କୁ ଦେଲେ ୫୦୦ଟଙ୍କା । ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ହଷ୍ଟେଲ୍‌ ଦାୟିତ୍ୱରେ ଥିବା ଶିକ୍ଷକ ଅବହେଳା କଲେ । ୮ ଦିନ ଧରି ମ୍ୟାଲେରିଆରେ ଆକ୍ରାନ୍ତ ଛାତ୍ରୀଙ୍କ ଚିକିତ୍ସା କଲେନି କି ତାଙ୍କ ଘରକୁ ଖବର ଦେଲେନି । ଝିଅର ଦେହ ଖରାପ ଖବର ପାଇ ବାପା ତାଙ୍କୁ ଡାକ୍ତରଖାନା ନେଲେ । ସେଠି ବି ସେହି ଅବସ୍ଥା । ଦୁଇ ଦିନ ରଖିବା ପରେ ଅବସ୍ଥା ଗମ୍ଭୀର ହେବାରୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରିବା ଲାଗି କହିଥିଲେ ଡାକ୍ତର ।

କିନ୍ତୁ ଅର୍ଥାଭାବାରୁ ବାପା ମେଡିକାଲରୁ ଝିଅକୁ ଘରକୁ ଆଣୁଥିଲେ । ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ବ୍ଲକ ବଡ଼ଇରୁକୁବାଡ଼ି ପଞ୍ଚାୟତରେ ଥିବା ସରକାରୀ ଉଚ୍ଚବିଦ୍ୟାଳୟରେ । ମୃତ ଛାତ୍ରୀର ନାଁ ଜୟନ୍ତୀ ତାଡ଼ିଙ୍ଗି(୧୧) । ଷଷ୍ଠ ଶ୍ରେଣୀରେ ପଢୁଥିଲା ଜୟନ୍ତୀ । ପ୍ରଥମେ ଶିକ୍ଷକ ଏବଂ ପରେ ଡାକ୍ତରଙ୍କ ଅବହେଳା ଯୋଗୁ ଜୟନ୍ତୀର ମୃତ୍ୟୁ ହେଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅଭିଯୋଗ ଅନୁସାରେ, ୮ ଦିନ ଧରି ମ୍ୟାଲେରିଆରେ ଆକ୍ରାନ୍ତ ଥିଲା ଜୟନ୍ତୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକମାନେ ତାଙ୍କ ଚିକିତ୍ସା କଲେନି । କୌଣସି ସୂତ୍ରରୁ ଖବରପାଇ ଜୟନ୍ତୀର ମାଆ ମକରି ତାଡ଼ିଙ୍ଗି ଗତ ୧୯ ତାରିଖରେ ପହଞ୍ଚିଥିଲେ ହଷ୍ଟେଲରେ । ସେତେବେଳେ ଜ୍ୱରରେ ଥରୁଥିଲା ଜୟନ୍ତୀ । ସଂଗେ ସଂଗେ ତାକୁ ନିଜ ଗାଁ ସାନଇରୁକୁବାଡ଼ିକୁ ନେଇଯାଇଥିଲେ । ପରଦିନ ବାପା ତ୍ରିନାଥ ତାଡ଼ିଙ୍ଗି ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ରବିବାର ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖାଯାଇଥିଲା ଜୟନ୍ତୀକୁ । ଡାକ୍ତରମାନେ କୁଆଡେ ଠିକ୍‌ରେ ଚିକିତ୍ସା କରିନଥିଲେ । ଅବସ୍ଥା ଗମ୍ଭୀର ହେବା ପରେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରିବା ଲାଗି କହିଥିଲେ । କିନ୍ତୁ ଅତ୍ୟନ୍ତ ଗରିବ ଶ୍ରେଣୀର ତ୍ରିନାଥ ଅର୍ଥାଭାବାରୁ ରବିବାର ଦିନ ଜୟନ୍ତୀକୁ ମେଡିକାଲରୁ ଘରକୁ ଆଣୁଥିଲେ । ବେଡ଼ୁ ଗ୍ରାମ ନିକଟରେ ଜୟନ୍ତୀର ମୃତ୍ୟୁ ହୋଇଯାଇଥିଲା । ଗାଁରେ ହୋଇଥିଲା ଜୟନ୍ତ୍ରୀର ଶେଷକୃତ୍ୟ । ଚିକିତ୍ସାରେ ଅହେତୁକ ବିଳମ୍ବ ଲାଗି ଜୟନ୍ତୀ ପ୍ରାଣ ହରାଇଲା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏବେ ପ୍ରଶ୍ନ ଉଠୁଛି, ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ଛାତ୍ରୀ ଜଣକର ଚିକିତ୍ସା କଲେନି କାହିଁକି । ବଡ଼ଇରୁକୁବାଡ଼ି, ବେଡ଼ୁ ଏବଂ ନିକଟସ୍ଥ ଅନ୍ୟ ଗ୍ରାମରେ ଆଶାକର୍ମୀ ରହୁଥିବା ବେଳେ ଜୟନ୍ତୀଙ୍କ ରକ୍ତ ପରୀକ୍ଷା କରାଯାଇ ନଥିଲା କାହିଁକି ।

ସୋମବାର ଜୟନ୍ତୀଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଧାନ ଶିକ୍ଷକ ବି.ମଧୁସୂଦନ ସାନଇରୁକୁବାଡ଼ି ଯାଇ ଜୟନ୍ତୀଙ୍କ ପରିବାରକୁ ଭେଟିଥିଲେ । ୫୦୦ ଟଙ୍କା ଦେଇ ଘଟଣା ବାହାରେ ପ୍ରଘଟ ନକରିବାକୁ ନିବେଦନ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ମକରି । ବିଡମ୍ବନାର ବିଷୟ, ଜୟନ୍ତୀର ଶେଷକୃତ୍ୟ ଲାଗି ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ବି ଦିଆଗଲା ନାହିଁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥାହେଲା, ଜୟନ୍ତୀ ଜ୍ୱରରେ ପୀଡିତ ଥିବା ବେଳେ ହଷ୍ଟେଲଠାରୁ ମାତ୍ର ୧ କିମି ଦୂରରେ ତାଙ୍କ ନିଜ ଗାଁ ସାନଇରୁକୁବାଡ଼ି ଥିଲେ ବି କୌଣସି ଖବର ଦିଆଯାଇନଥିଲା । ଏମିତିକି ସେହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିଲା ଜୟନ୍ତୀର ନାନି ମୁନିତା । ମୁନିତା ବି ହଷ୍ଟେଲରେ ରହୁଥିଲା । ତାକୁ ମଧ୍ୟ ନିଜ ଭଉଣୀର ସ୍ୱାସ୍ଥ୍ୟ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା ।ତେଣୁ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାନଇରୁକୁବାଡ଼ି ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏହି ବିଦ୍ୟାଳୟ ଶିକ୍ଷା ବିଭାଗ ଅଧୀନରେ ଥିବା ବେଳେ ୧୦୦ ଶଯ୍ୟାବିଶିଷ୍ଟ ଛାତ୍ରୀ ନିବାସ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ହେଉଛି । ଛାତ୍ରୀ ନିବାସରେ ୯୫ ଜଣ ଛାତ୍ରୀ ରହୁଛନ୍ତି ।

ହଷ୍ଟେଲରେ ଜଣେ ଶିକ୍ଷୟିତ୍ରୀ ରାତିରେ ରହିବାର ନିୟମ ଥିଲେ ମଧ୍ୟ ଏଠାରେ ତାହା ପାଳନ କରାଯାଉନଥିବା ଅଭିଯୋଗ ହୋଇଛି । କେବଳ ୨ ଜଣ ୱାର୍ଡେନଙ୍କ ହାତରେ ୯୫ ଜଣ ଛାତ୍ରୀଙ୍କୁ ଛାଡ଼ି ଦିଆଯାଉଛି । ତେଣୁ ଉଭୟ ଶିକ୍ଷା ଓ ମଙ୍ଗଳ ବିଭାଗ ଅଧିକାରୀ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକ ବି. ମଧୁସୂଦନ କହିଛନ୍ତି ଯେ, ଏଥିରେ ତାଙ୍କର କୌଣସି ତ୍ରୁଟିନାହିଁ । ଶୁକ୍ରବାର ଦିନ ଛାତ୍ରୀ ଜଣକ ସୁସ୍ଥ ଅବସ୍ଥାରେ ହଷ୍ଟେଲରୁ ତାଙ୍କ ମାଆ ସହିତ ଘରକୁ ଯାଇଥିଲା । ୨ ଦିନ ପରେ ତା’ର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ଜୟନ୍ତୀର ପରିବାରକୁ ୫ ଶହ ଟଙ୍କା ଦେଇ ପାଟି ବନ୍ଦ ରଖିବାକୁ କହିଥିବା ସଂପର୍କରେ ପ୍ରଧାନଶିକ୍ଷକଙ୍କୁ ପଚରାଯିବାରୁ ସେ ଚୁପ୍‌ ରହିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.