ମୁମ୍ବାଇ,୨୯/୧୦: ୨୦୧୮ ମସିହାରେ କ୍ରୀଉ ମେମ୍ବରଙ୍କ ସମେତ ୧୮୯ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା ବୋଇଙ୍ଗ୍ ୭୩୭ ମ୍ୟାକ୍ସ ବିମାନ। ଆଉ ଉଡାଣ ଭରିବାର ମାତ୍ର କିଛି ସମୟରେ ପରେ ହୋଇଥିଲା ଦୁର୍ଘଟଣା।  ଇଣ୍ଡୋନେସିଆର ଜାକର୍ତାରେ ୨୯ ଅକ୍ଟୋବର ସକାଳୁ ସକାଳୁ ହୋଇଥିଲା ବଡ ବିମାନ ଦୁର୍ଘଟଣା । ଲାୟନ ଏୟାରର ବିମାନ ଉଡାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୧୮୯ ଜଣ ଯାତ୍ରୀ ଥିଲେ। ଏଥିରେ ୧୭୮ ଯାତ୍ରୀଙ୍କ ସମେତ ୩ ଜଣ ଶିଶୁ,୨ ପାଇଲଟ ଓ ୫ ଜଣ କ୍ରୁ ମେମ୍ବର ଥିଲେ । 

ଉଡାଣର ମାତ୍ର ୧୩ ମିନିଟ ପରେ ଏଟିସି ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ୫ହଜାର ଫୁଟ ଉପରେ ଉଡୁଥିବା ବିମାନଟି ଜାଭା ସମୁଦ୍ରକୁ ଖସି ପଡିଥିଲା । ଏହି କ୍ରାସ୍‌ରେ ସବୁ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କର ହୋଇଥିଲା ମୃତ୍ୟୁ । ଏହି ବିମାନ ସକାଳ ୬ଟା ୨୦ରେ ଉଡାଣ ଆରମ୍ଭ କରିଥିଲା ଓ ୭ଟା ୨୦ରେ ଲ୍ୟାଣ୍ଡ କରିବାର ଥିଲା । କିନ୍ତୁ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ସମୁଦ୍ରରେ ହୋଇଥିଲା କ୍ରାସ । ଏହାପରେ ବିମାନର ଧ୍ୱଂସାବଶେଷ ମିଳିବା ହୋଇଥିଲା ଆରମ୍ଭ । ଖବର ଅନୁଯାୟୀ, ଏୟାର୍‌ ଟ୍ରାକିଙ୍ଗ୍‌ ସର୍ଭିସ୍‌ ଫ୍ଲାଇଟ୍‌ରାଡର୍‌ ୨୪ ଅନୁଯାୟୀ ଜେଟ୍‌ଟି ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍‍ ୮ ଥିଲା ଏବଂ ଏହା ସମ୍ପୂର୍ଣ୍ଣ ନୂଆ ରହିଥିଲା ।