ପ୍ରମୁଖ ଖବର
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ବିପୁଳ ପରିମାଣରେ ମହୁଲ ପୋଚ ଓ ଦେଶୀ ମଦ ଜବତ, ୩ ଗିରଫ

ପାଟଣାଗଡ଼, ୧୧/୦୮ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଗମ୍ଭାରୀ ଗାଁରୁ ବିପୁଳ ପରିମାଣରେ ବେଆଇନ ଦେଶୀ ମଦ ଜବତ। ୩୫୦୦ କେ.ଜି ମହୁଲ ପୋଚ ଏବଂ ୧୯୮ ଲିଟର ଦେଶୀ ମଦ ନଷ୍ଟ କଲା ପାଟଣାଗଡ଼ ଅବକାରୀ ବିଭାଗ। ଏହା ସହ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାନୁଯାୟୀ, ଖପ୍ରାଖୋଲ ଥାନା ଗମ୍ଭାରି ଗାଁରେ ବେଆଇନ ଭାବରେ ଦେଶି ମଦ ରନ୍ଧା ଯାଉଥିବା ଖବର ପାଇ ପାଟଣାଗଡ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି ସମୟରେ ମଦ ରନ୍ଧା ପାଇଁ ଆବଶ୍ୟକୀୟ ସାମଗ୍ରୀ ସହ ୩୫୦୦ କେ.ଜି ମହୁଲ ପୋଚ ଏବଂ ୧୯୮ ଲିଟର ଦେଶୀ ମଦ ନଷ୍ଟ କରିଛି ପୋଲିସ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଡୋଳାମଣି ଧରୁଆ, ଡୁଗୁରୁ କୁଅଁର ଏବଂ ଡୋଲାମଣି। ଏହି ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ନଷ୍ଟ ହୋଇଥିବା ମହୁଲ ପୋଚ ଓ ଦେଶୀ ମଦର ମୂଲ୍ୟ ପାଖାପାଖି ୨ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଅବକାରୀ ଅଧିକାରୀ ସତ୍ୟ ନାରାୟଣ ଦାସ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.