ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ରାଷ୍ଟ୍ରପତିଙ୍କୁ ନବ ନିର୍ବାଚିତ ସାଂସଦଙ୍କ ତାଲିକା ହସ୍ତାନ୍ତର କଲେ ମୁଖ୍ୟ ନିର୍ବାଚନ କମିଶନର, ସମାପ୍ତ ହେଲା ଆଦର୍ଶ ଆଚରଣ ବିଧି...

ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ନିକଟରେ ନୂତନ ସାଂସଦଙ୍କ ତାଲିକା ଦାଖଲ କରିଛନ୍ତି । ଏହା ସହିତ ଲୋକସଭା ନିର୍ବାଚନ ସମୟରେ ଲାଗୁ କରାଯାଇଥିବା ଆଚରଣ ବିଧି ମଧ୍ୟ ଆଜି (ଗୁରୁବାର) ଶେଷ ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ।

ରାଷ୍ଟ୍ରପତି ସଚିବାଳୟ ଅନୁଯାୟୀ, ଜନ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୭୩ ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ଦ୍ବାରା ଜାରି ବିଜ୍ଞପ୍ତିର ଏକ ନକଲ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଛି । ଏଥିରେ ସାଧାରଣ ନିର୍ବାଚନ ପରେ ଲୋକସଭାକୁ ନିର୍ବାଚିତ ସଦସ୍ୟଙ୍କ ନାମ ରହିଛି।

ମାନବ ଇତିହାସରେ ସର୍ବ ବୃହତ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମଗ୍ର ଦେଶ ତରଫରୁ ସେ ନିର୍ବାଚନ ଆୟୋଗ, ଏହାର ଅଧିକାରୀ ଏବଂ କର୍ମଚାରୀ, ଅଭିଯାନର ପରିଚାଳନା ତଥା ତଦାରଖରେ ଜଡିତ ଅନ୍ୟ ସରକାରୀ କର୍ମଚାରୀ, ପୋଲିସ ଏବଂ ସୁରକ୍ଷା କର୍ମୀ, କେନ୍ଦ୍ର ଏବଂ ରାଜ୍ୟର ଉଦ୍ୟମକୁ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତିଙ୍କ ସଚିବାଳୟ ଅନୁଯାୟୀ, ଲୋକସଭାର ପବିତ୍ରତାକୁ ବଜାୟ ରଖିବା ଏବଂ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଫଳତାର ସହ ପରିଚାଳନା କରିବା ପାଇଁ ଏହା ନିରନ୍ତର ଏବଂ ପରିଶ୍ରମ କରିଛି । ସବୁଠୁ ବଡ଼ କଥା ହେଉଛି, ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ଲକ୍ଷ ଲକ୍ଷ ଭୋଟରଙ୍କୁ ସେ ପ୍ରଶଂସା କରିଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.