ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଥମିଲା ପ୍ରଚାର, ୧୩ରେ ୯୬ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୧୨/୦୫: ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶର ୯୬ଟି ଆସନରେ ଆସନ୍ତା ୧୩ ତାରିଖ (ସୋମବାର) ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ସେଥିରେ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ ଆସନ ଓ ତେଲଙ୍ଗାନାର ସମସ୍ତ ୧୭ ଆସନ ରହିଛି । ଏହା ବ୍ୟତୀତ ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ ଲେଖାଏ, ବିହାରର ୫, ଓଡ଼ିଶା ଓ ଝାଡଖଣ୍ଡର ୪ ଲେଖାଏ ଏବଂ ଜମ୍ମୁ-କାଶ୍ମୀରର ଗୋଟିଏ ଆସନ (ଶ୍ରୀନଗର)ରେ ମତଦାନ ହେବ ।

ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ପାଇଁ ମଧ୍ୟ ସୋମବାର ଭୋଟ ଗ୍ରହଣ କରାଯିବ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧୭୧୭ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଅଖିଳେଶ ଯାଦବ (କନୌଜ), ଓମାର ଅବଦୁଲ୍ଲା (ଶ୍ରୀନଗର), ଗିରିରାଜ ସିଂହ (ବେଗୁସରାଇ), ଅର୍ଜୁନ ମୁଣ୍ଡା (ଖୁଣ୍ଟି), ଅଧିର ରଞ୍ଜନ ଚୌଧୁରୀ (ବରହମପୁର), ମହୁଆ ମୋଇତ୍ର (କ୍ରିଷ୍ଣାନଗର), ଶତ୍ରୁଘ୍ନ ସିହ୍ନା (ଆସନସୋଲ), ଆସଦୁଦ୍ଦିନ ଓୱେସି (ହାଇଦ୍ରାବାଦ) ଏବଂ ୱାଇଏସ୍‌ ଶର୍ମିଳା (କଡପ୍ପା) । ଯେଉଁ ୯୬ ଆସନରେ ମତଦାନ ହେବାକୁ ଯାଉଛି ସେଥିରୁ ୨୦୧୯ରେ ବିଜେପି ୪୨ଟିରେ ବିଜୟୀ ହୋଇଥିବା ବେଳେ ୱାଇଏସ୍‌ଆର କଂଗ୍ରେସ ପାର୍ଟି ୨୨, ବିଆରଏସ୍‌ ୯, କଂଗ୍ରେସ ୬, ଟିଏମ୍‌ସି ୪, ଟିଡିପି ୩, ବିଜେଡି, ଏଆଇଏମ୍‌ଆଇଏମ୍‌ ଓ ଶିବସେନା ୨ ଲେଖାଏ ଏବଂ ଏନ୍‌ସିପି, ଏଲ୍‌ଜେପି, ଜେଡିୟୁ ଓ ଏନ୍‌ସି ଗୋଟିଏ ଲେଖାଏ ଆସନ ହାସଲ କରିଥିଲେ ।

ଚତୁର୍ଥ ପର୍ଯ୍ୟାୟ ମତଦାନ ସରିଲେ ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ବାଚନ ଶେଷ ହେବ । ଏଥିସହ ଲୋକସଭାର ମୋଟ ୫୪୩ ଆସନ ମଧ୍ୟରୁ ୩୮୧ଟିରେ ମତଦାନ ସରିବ । ପୂର୍ବରୁ ୩ଟି ପର୍ଯ୍ୟାୟରେ ୨୮୫ ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନରେ ଭୋଟ ହୋଇଥିଲା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୮ ଆସନ ଏବଂ ମେ ୭ରେ ତୃତୀୟ ପର୍ଯ୍ୟାୟରେ ୯୩ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୬.୧୪, ଦ୍ୱିତୀୟ ପର୍ଯ୍ୟାୟରେ ୬୬.୭୧ ଓ ତୃତୀୟ ପର୍ଯ୍ୟାୟରେ ୬୫.୬୮% ପ୍ରତିଶତ ଭୋଟ ହୋଇଥିଲା ।

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.