PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦଳ ପାଇଁ କେବେ ହିରୋ ତ କେବେ ଭିଲେନ୍‌ ଲୋକେସ ରାହୁଲ, ଦମଦାର ଇନିଂସ ପରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ ୧୮/ ୦୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍‌ ପରେ ଏବେ ଦିନିକିଆ ସିରିଜ୍‌ ଜାରି ରହିଛି । ଟେଷ୍ଟ ସିରିଜକୁ ୨-୧ରେ ଜିତିନେଇଥିବା ଭାରତ ଓ୍ବାନ୍‌ ଡେ’ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍‌ ବିଜୟ ପଛରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଲୋକେସ ରାହୁଲ । ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚରେ ସୁପର‌ ଫ୍ଲପ୍‌ ହେବା ପରେ ତାଙ୍କୁ ଉପ-ଅଧିନାୟକ ପଦ ସମେତ ଦଳରୁ ମଧ୍ୟ ବାଦ୍‌ ଦିଆଯାଇଥିଲା । କିନ୍ତୁ ଦିନିକିଆ ସିରିଜରେ ଦଳକୁ ବିଜୟୀ କରାଇଥିଲେ ରାହୁଲ । ତେଣୁ ସେ ପୁଣି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ଯେ ଲୋକେସ ରାହୁଲଙ୍କ ଏହି ଗୋଟିଏ ଇନିଂସ ତାଙ୍କ କ୍ୟାରିୟର ପାଇଁ ସଞ୍ଜିବନି ସାବ୍ୟସ୍ତ ହେବ କି? ମାର୍ଚ୍ଚ ୧ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ୨ୟ ଟେଷ୍ଟ ଶେଷ ହେଲା । ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ସେ ଦଳରୁ ମଧ୍ୟ ବାଦ୍‌ ପଡିଲେ । କିନ୍ତୁ ମାର୍ଚ୍ଚ ୧୭ ତାରିଖରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଦଳ ପାଇଁ ସଙ୍କଟମୋଚକ ସାଜିଲେ ଲୋକେସ ରାହୁଲ । ଯାହା ଫଳରେ ଭାରତୀୟ ଦଳ ମ୍ୟାଚକୁ ୫ ଓ୍ବିକେଟ୍‌ରେ ଜିତିନେଲା । ମାତ୍ର ୧୫ ଦିନ ମଧ୍ୟରେ ଭିଲେନ୍‌ ରୁ ହିରୋ ପାଲଟିଗଲେ ଲୋକେସ ରାହୁଲ ।

ଲମ୍ବା ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଫେଲ୍‌ ମାରୁଥିଲେ ଲୋକେସ ରାହୁଲ । ଏପରିକି ତାଙ୍କ କ୍ୟାରିୟରକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନେକ ପୂର୍ବତନ କ୍ରିକେଟର ତାଙ୍କୁ କାହିଁକି ବାରମ୍ବାର ଚୟନ କରାଯାଉଛି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । କାହିଁକି ରାହୁଲଙ୍କୁ ବାରମ୍ବାର ଚୟନ କରାଯାଉଛି? କିଛି ବ୍ୟକ୍ତି ଜାଣିଶୁଣି ତାଙ୍କୁ ବାଦ୍‌ ଦେବାକୁ ଚାହୁଁନାହାନ୍ତି କି? ଏବେ ସମୟ ଆସିଛି ଭାରତୀୟ ଦଳର ଚୟନକର୍ତ୍ତାଙ୍କୁ ରାହୁଲଙ୍କ ବ୍ୟତିତ ଅନ୍ୟ କାହାକୁ ଚୟନ କରିବା ଉଚିତ ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ମ୍ୟାଚ୍‌ ବିଜୟୀ ଇନିଂସ ପରେ ରାହୁଲ ଫର୍ମକୁ ଫେରିଥିବା କୁହାଯାଉଛି । ତେବେ ଆଗକୁ ଆହୁରି ଦୁଇଟି ମ୍ୟାଚ୍‌ ଥିବାରୁ ତାଙ୍କ ଉପରେ ନଜର ରହିବ । ଆଗକୁ ଦିିନିକିଆ ବିଶ୍ବକପ୍‌ ଥିବାରୁ ସେ ଦଳର ଜଣେ ନିର୍ଭରଯୋଗ୍ୟ ଭାବେ ସାମିଲ ହୋଇପାରନ୍ତି । ତେଣୁ ସେ ମଧ୍ୟ ରିସ୍କ ନନେଇ ନିଜ ଅନ୍ଦାଜରେ କ୍ରିକେଟ୍‌ ଖେଳିବେ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର