ଭୁବନେଶ୍ୱର, ୨୮/୧୧ : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ। ଭୁବନେଶ୍ଵର ଲିଙ୍ଗରାଜ ଥାନା ଅଞ୍ଚଳରୁ ୪ ଜଣ ଲୁଟେରାଙ୍କୁ ଗିରଫ କଲା ପୋଲିସ। ସେମାନଙ୍କଠାରୁ ୧୭୧ ଗ୍ରାମର ସୁନା, ଲୁଟ୍ରେ ବ୍ୟବହୃତ ହେଉଥିବା ୨ଟି ବାଇକ୍ ଓ ୪ଟି ମୋବାଇଲ ପୋଲିସ ଜବତ କରିଛି।
ସୂଚନାନୁଯାୟୀ, ଏହି ଲୁଟେରାମାନେ ସୁନା ଚେନ୍ ଓ ମୋବାଇଲ୍ ଲୁଟ୍ କରି ଚମ୍ପଟ ମାରୁଥିଲେ। ଏହି ସମୟରେ ଲିଙ୍ଗରାଜ ଥାନା ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି। ସେହିଭଳି ହରିୟାଣାରେ ୨୨ ଲକ୍ଷ ଠକେଇ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଖଣ୍ଡଗିରି ପୋଲିସ।