PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଭାରସାମ୍ୟ ହରାଇ ଟ୍ରାନ୍‌ସଫର୍ମରକୁ ଧକ୍କା ଦେଲା ବାଇକ୍ ,ଦୁଇ ଗୁରୁତର

ବାଉଁଶୁଣୀ,,୮/୩: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣି ଥାନା ଦନ୍ତାପାଲି ଛକ ନିକଟ ରାସ୍ତା କଡ଼ରେ ଥିବା ଟ୍ରାନସଫର୍ମର ସହିତ ଧକ୍କା ହେଲା ବାଇକ୍। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ହୋଲିରେ ଦିନ ୩ଟା ବେଳେ ଭାରସାମ୍ୟ ହରାଇ ବାଇକଟି ଏକ ଟ୍ରାନସଫର୍ମରରେ ଧକ୍କା ଦେଇଥିଲା। ଗୁରୁତର ଯୁବକ ହେଲେ ଅଁଳାପାଲି ଗ୍ରାମର ମନୋଜ ମେହେର ଓ ରୋସନ ମେହେର। ଉଭୟେ ନିଜ ଗ୍ରାମ ଅଁଳାପାଲିରୁ ବାଉଁଶୁଣୀ ଅସୁଥିଲେ। ହେଲେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଟ୍ରାନସଫର୍ମରରେ ଗାଡିଟିକୁ ପିଟି‌ଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଘଟଣାର ଖବର ପାଇ ବାଉଁଶୁଣୀ ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ହେଲେ ଉଭୟଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ବାଉଁଶୁଣି ପୋଲିସ ପହଞ୍ଚି ବାଇକ୍‌କୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରୁଥିବା ଥାନା ଅଧୀକାରି ଅରୁଣ ସିଂ କହିଛନ୍ତି।