ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟକ୍ତ କରୁଥିବାବେଳେ ଆଗକୁ ଅଛି ବଡ଼ ବର୍ଷା । କାରଣ ଅଧିକ ଘନୀଭୂତ ହେଉଛି ସ୍ପଷ୍ଟଚିହ୍ନିତ ଲଗୁଚାପ । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ନେଇପାରେ ଅବପାତର ରୂପ । ଘନୀଭୂତ ହେବାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତେବେ ଏହା ଉତ୍ତର ଓଡ଼ିଶା- ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ବର୍ଷାର ପରିମାଣ ୧୧୨.୩ ମିମି ରେକର୍ଡ କରାଯାଇଛି । ଏହା ରାଜ୍ୟରେ ସର୍ବାଧିକ । ୧୦୦ ମିମିରୁ ଅଧିକ ବର୍ଷା ହେବା କାରଣରୁ କିଛି ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି । ଏବେବି ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ କଟକ ସହର ଵେହାଲ । ସହରର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇଛି । ବାଦାମବାଡି,ରକ୍ସିଲେନ,ମେରିଆ ବଜାର,ପଟ୍ଟାପୋଲ ଭଳି ଆଦି ଅଞ୍ଚଳ ପ୍ରଭାବିତ ହୋଇଛି । ଲଘୁ ଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି ।

ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ, ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ହୋଇପାରେ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ବରଗଡ଼, ସମ୍ବଲପୁର, ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ୬ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୧ ଜିଲ୍ଲାକୁ ୟେଲୋ ୱାଚ୍ ଜାରି କରିଛି ପାଣିପାଗ ବିଭାଗ। ୧୧/୧୨ ତାରିଖବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି ।

ଏହାସହ ପଢ଼ନ୍ତୁ : Heavy Rain Alert: ଆଜି ଉପାନ୍ତରୁ ଉପକୂଳ ବର୍ଷିବ,୧୧ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ