ମୁମ୍ବାଇ, ୦୧/୦୬ : କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୬ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନଙ୍କ ଲୁକ୍ ଏବଂ ବଡି ଶେମିଂ (ଶରୀରକୁ ନେଇ ଥଟ୍ଟା କରିବା) ଉପରେ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଆପତ୍ତି ଉଠାଇଛନ୍ତି । ଏଥିସହ ଐଶ୍ୱର୍ଯ୍ୟାଙ୍କ ଟ୍ରୋଲରଙ୍କୁ ସେ କଡ଼ା ଜବାବ ଦେଇଛନ୍ତି । ଗଣମାଧ୍ୟମ ସହ ଆଲୋଚନା ବେଳେ ମାଧୁରି କହିଛନ୍ତି, ଐଶ୍ୱର୍ଯ୍ୟା ଜଣେ ଗ୍ଲୋବାଲ ଷ୍ଟାର । ପୂର୍ବତନ ମିସ୍ ୱାର୍ଲ୍ଡ ଭାବେ ସେ ଦେଶର ନାଁ ରଖିଛନ୍ତି । କୌଣସି ମହିଳାଙ୍କ ସଫଳତା ପଛରେ ତାଙ୍କ ଓଜନ, ପୋଷାକ ସାଇଜ୍ କିମ୍ବା ବୟସକୁ ମାପକାଠି ଭାବେ ନିଆଯାଇପାରିବ ନାହିଁ । ସେହି ସମୟରେ ମାଧୁରୀଙ୍କ ପାଖରେ ଉପସ୍ଥିତ ଥିବା ଅଭିନେତ୍ରୀ ତୃପ୍ତି ଡିମରି ମଧ୍ୟ ଐଶ୍ୱର୍ଯ୍ୟା ଏବଂ ଅନନ୍ୟା ପାଣ୍ଡେକୁ ସମର୍ଥନ କରିଥିଲେ ।
ସୁପରହିଟ୍ ଫିଲ୍ମ ‘ଦେବଦାସ’ରେ ଐଶ୍ୱର୍ଯ୍ୟାଙ୍କ ସହ ଏକାଠି କାମ କରିଥିବା ମାଧୁରୀ ମହିଳାମାନଙ୍କୁ ସେମାନଙ୍କ ଉପଲବ୍ଧି ବଦଳରେ କେବଳ ବାହାର ଲୁକ୍ ଆଧାରରେ ଜଜ୍ କରିବା ବା ମୂଲ୍ୟାଙ୍କନ କରିବା ସଂସ୍କୃତିକୁ ସମାଲୋଚନା କରିଛନ୍ତି । ଏଥିରୁ ଯୁବବର୍ଗଙ୍କ ପାଖକୁ ଭୁଲ୍ ବାର୍ତ୍ତା ଯାଉଛି । ମାଧୁରୀଙ୍କ ଆଗାମୀ ଫିଲ୍ମ ‘ମା ବେହେନ’ର ସହକଳାକାର ତୃପ୍ତି ଡିମରି କହିଛନ୍ତି, ଘରେ ଆରାମରେ ବସି ଲୋକଙ୍କ ଉପରେ କମେଣ୍ଟ କରିବାର ବେଶ୍ ସହଜ । କିନ୍ତୁ ସେହି ବ୍ୟକ୍ତିଙ୍କ ସ୍ଥାନକୁ ଆସି ସେଠାରୁ ନିଜକୁ ଦେଖିବା ଭିନ୍ନ କଥା । ସେ ଐଶ୍ୱର୍ଯ୍ୟା ହୁଅନ୍ତୁ ବା ଅନନ୍ୟା, ଉଭୟେ କଠୋର ପରିଶ୍ରମ କରି ସବୁକିଛି ହାସଲ କରିଛନ୍ତି ।
ପ୍ରକାଶଥାଉ କି, ମାଧୁରୀ ଏବଂ ତୃପ୍ତି ଖୁବ୍ଶୀଘ୍ର ନେଟ୍ଫ୍ଲିକ୍ସ ଫିଲ୍ମ ‘ମା ବେହେନ’ରେ ଏକାଠି ନଜର ଆସିବେ । ଏହା ଏକ ଡାର୍କ କମେଡି ଫିଲ୍ମ । ଏଥିରେ ଏହି ଦୁଇ ଅଭିନେତ୍ରୀଙ୍କ ବ୍ୟତୀତ ଧାରଣା ଦୁର୍ଗା ଏବଂ ରବି କିଶନ ବି ପ୍ରମୁଖ ଚରିତ୍ରରେ ନଜର ଆସିବେ । ଆସନ୍ତା ଜୁନ୍ ୪ରେ ଏହି ଫିଲ୍ମ ନେଟ୍ଫ୍ଲିକ୍ସରେ ସ୍କ୍ରିନିଂ ହେବ । ଏହି ଫିଲ୍ମର ପ୍ରମୋସନ ବେଳେ ମାଧୁରୀ ଏବଂ ତୃପ୍ତି ସୋସିଆଲ ମିଡିଆରେ କଳାକାରଙ୍କୁ ଟ୍ରୋଲିଂ ଏବଂ ମାନସିକ ଚାପ ଉପରେ ଖୋଲାଖୋଲି ମତ ରଖିଥିଲେ ।
ଆହୁରି ପଢ଼ନ୍ତୁ...ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ, ୮୯ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ