ପ୍ରମୂଖ ଖବର

ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ଅନ୍ତରୀଣ ସୁରକ୍ଷା ବଳବତ୍ତର, ଆସନ୍ତା ୧୩ ପରବର୍ତ୍ତୀ ଶୁଣାଣି

କଟକ,୦୨/୦୨: ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ଗୁରୁବାର ବିଧାୟକ ପ୍ରତାପ ଜେନା ଏବଂ ତାଙ୍କ ପ୍ରତିପକ୍ଷଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ପରେ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୩  ତାରିଖକୁ ଧାର୍ଯ୍ୟ କରିଛନ୍ତି । ସେ ପର୍ଯ୍ୟନ୍ତ ଶ୍ରୀ ଜେନାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି  ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟ ନିର୍ଦ୍ଦେଶ ଦେଇଛନ୍ତି ।

ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ବିଧାୟକ ଶ୍ରୀ ଜେନାଙ୍କ  ବିରୋଧରେ ସାଲେପୁର ଜେଏମ୍‌ଏଫସିଙ୍କ ଅଦାଲତ କଗ୍‌ନିଜାନ୍ସ  ଗ୍ରହଣ କରିଥିବାବେଳେ ଏହାକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଛନ୍ତି । କଗ୍‌ନିଜାନ୍ସ ଏବଂ କ୍ରିମିନାଲ ପ୍ରୋସିଡିଂକୁ ରଦ୍ଦ  ପାଇଁ ସେ ପ୍ରାର୍ଥନା କରିଛନ୍ତି । ହାଇକୋର୍ଟ ଶ୍ରୀ ଜେନାଙ୍କୁ ଅନ୍ତରୀଣ  ସୁରକ୍ଷା ଯୋଗାଇଥିଲେ । ଶ୍ରୀ ଜେନାଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟର ବରିଷ୍ଠ  ଆଇନଜୀବୀ ସିଦ୍ଧାର୍ଥ ଲୁର୍ଥା ଏବଂ ହାଇକୋର୍ଟର ବରିଷ୍ଠ ଆଇନଜୀବୀ  ଦେବୀ ପ୍ରସାଦ ଧଳ ମାମଲା ପରିଚାଳନା କରୁଥିଲାବେଳେ  ଆଇନଜୀବୀ ସତ୍ୟଜିତ୍‌ ମହାପାତ୍ର ସହଯୋଗ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.