ନୂଆଦିଲ୍ଲୀ, ୨୯/୧୦ : ମହାରାଷ୍ଟ୍ର ନିର୍ବାଚନରେ ଟିକେଟକୁ ନେଇ ରାଜନୀତି ସରଗରମ । ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ପ୍ରକାଶ ଯେ, ଆଜି ନାମାଙ୍କନର ଶେଷ ଦିନ ଅଟେ । କିନ୍ତୁ ସିଟ୍ ଭାଗବଣ୍ଟା ଏବେ ପର୍ଯ୍ୟନ୍ତ ହେଉଛି । ଟିକେଟ ଭାଗବଣ୍ଟାରେ ସହଯୋଗୀ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି । ଏହି ସବୁ ମଧ୍ୟରେ କିଛି ନେତା ଟିକେଟ ମିଳିବା ଉପରେ ଖୁସି ଅଛନ୍ତି ତ କିଛି ଟିକେଟ କଟିଯିବାରୁ ନାରାଜ ଅଛନ୍ତି । ଏହା ବି ଦେଖିବାକୁ ମିଳିଥିଲା କି ଟିକେଟ କଟିବା ଉପରେ ଜନୈକ ନେତା କାନ୍ଦିବାକୁ ଲାଗିଥିଲେ ।
ଟିକେଟ ନ ମିଳିବା ଦ୍ବାରା ଶ୍ରୀନିବାସ ବନଗାଙ୍କ ଦୁଃଖ ସାମ୍ନାକୁ ଆସିଥିଲା । ସେ କହିଥିଲେ କି ଉଦ୍ଧବ ଠାକରେ ଆମ ଲାଗି ଭଗବାନ ଥିଲେ । କିନ୍ତୁ ଏକନାଥ ସିନ୍ଦେ ଆମକୁ ଧୋଖା ଦେଲେ । ସେ କାଲି ସନ୍ଧ୍ୟା ୬ଟାବେଳୁ କେଉଁଆଡ଼େ ନିଖୋଜ ଥିବା କୁହାଯାଉଛି । ପ୍ରକାଶ ଯେ, ଶିବସେନା ସିନ୍ଦେ ପାଲଘରରୁ ବର୍ତ୍ତମାନର ବିଧାୟକ ଶ୍ରୀନିବାସ ବନଗାଙ୍କ ଟିକେଟ କାଟି ରାଜେନ୍ଦ୍ର ଗାବିତଙ୍କୁ ଦେଇଛନ୍ତି । ଟିକେଟ କଟିବା ପରେ ଶ୍ରୀନିବାସ ବନଗା ଖୁବ୍ କାନ୍ଦିଥିଲେ । ଏହାପରେ ସେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି ।
ବନଗାଙ୍କ ସ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ବନଗା ଗତକାଲିଠାରୁ ଡିପ୍ରେସନରେ ଅଛନ୍ତି । ଏକନାଥ ସିନ୍ଦେ ଆମକୁ ଧୋଖା ଦେଇଛନ୍ତି । ଉଦ୍ଧବ ଠାକରେଙ୍କ ଭଳି ଭଗବାନ ସଦୃଶ ବ୍ୟକ୍ତିଙ୍କୁ ଛାଡ଼ି ମୋ ସ୍ବାମୀ ଏକନାଥ ସିନ୍ଦେଙ୍କ ସହ ଯିବା ତାଙ୍କର ଭୁଲ ଥିଲା । ଶ୍ରୀନିବାସ ବନଗାଙ୍କ ସ୍ତ୍ରୀ ସୁମନ ବନଗାଙ୍କ ଏକନାଥ ସିନ୍ଦେଙ୍କୁ ପଚାରିଥିଲେ କି ୪୦ରୁ ୩୯ବିଧାୟକଙ୍କୁ ଟିକେଟ ଦିଆଯାଇଛି ତ ମୋ ସ୍ବାମୀ ରାଜନୈତିକ ଶିକାର ହୋଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କାନ୍ଦିବାକୁ ଲାଗିଥିଲେ ।