ପ୍ରମୁଖ ଖବର
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଚିଠି ବିବାଦ ପରେ କଂଗ୍ରେସରେ ଅଦଳବଦଳ, ଏଆଇସିସି ପୁନର୍ଗଠନ

ନୂଆଦିଲ୍ଲୀ, ୧୧/ ୦୯: କଂଗ୍ରେସରେ ଚିଠି ବିବାଦ ପରେ ବଡ଼ ଧରଣର ଅଦଳବଦଳ। ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପାର୍ଟି ସଙ୍ଗଠନରେ କରିଛନ୍ତି ବଡ଼ ଅଦଳ ବଦଳ। ବରିଷ୍ଠ ନେତାଙ୍କୁ ମହାସଚିବ ପଦରୁ ହଟାଇ ଦିଆଯାଇଛି। ଏଥିସହିତ ସିଡ୍ଲୁସିର ମଧ୍ୟ ପୁନର୍ଗଠନ କରାଯାଇଛି। କେତେକ ରାଜ୍ୟର ପ୍ରଭାରୀ ଭାବେ ନୂଆ ନେତାଙ୍କୁ ଦାୟିତ୍ବ ମିଳିଛି। ଏହି ପରିବର୍ତ୍ତନରେ ରାହୁଲଙ୍କ ଟିମର ନେତାଙ୍କୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଅପରପକ୍ଷେ ପାର୍ଟିର ସଙ୍ଗଠନ ମହାସଚିବ କେସି ବେଣୁଗୋପାଳଙ୍କ ବୟାନ ମୁତାବିକ ଆଜାଦ, ମୋତିଲାଲ ବୋରା, ଅମ୍ବିକା ସୋନି ଓ ମଲ୍ଳିକାର୍ଜୁନ୍‌ ଖଡ଼ଗେଙ୍କୁ ମହାସଚିବ ପଦରୁ ବିଦା କରାଯାଇଛି।

ସାଧାରଣ ସମ୍ପାଦକ ପଦରୁ ଗୁଲାମ ନବୀ ଆଜାଦଙ୍କ ବିଦା କରାଯାଇଛି। ସେ ହରିୟାଣା ରାଜ୍ୟର ପ୍ରଭାରୀ ଦାୟିତ୍ୱରେ ଥିଲେ। କଂଗ୍ରେସର ଏହି ଅଦଳ ବଦଳରେ ସବୁଠାରୁ ବଡ ଲାଭ ମିଳିଛି ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତ ରଣଦୀପ ସିଂ ସୁରଜେୱାଲାଙ୍କୁ। କଂଗ୍ରେସ ସଭାପତିଙ୍କୁ ପରାମର୍ଶ ଦେବା ପାଇଁ ସୁରଜେୱାଲା ବର୍ତ୍ତମାନ ୬ ଜଣିଆ ସ୍ୱତନ୍ତ୍ର କମିଟିର ସଦସ୍ୟ। ଏହା ସହିତ ସୁରଜେୱାଲାଙ୍କୁ କଂଗ୍ରେସର ମହାସଚିବ ଦାୟିତ୍ବ ମଧ୍ୟ ମିଳିଛି। ତାଙ୍କୁ ବର୍ତ୍ତମାନ କର୍ଣ୍ଣାଟକର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେହିପରି ମଧୁସୂଦନ ମିଷ୍ଟ୍ରିଙ୍କୁ କେନ୍ଦ୍ରୀୟ ନିର୍ବାଚନ କମିଟିର ସଭାପତି ଦାୟିତ୍ବ ମିଳିଛି। ସେହିପରି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତର ପ୍ରଦେଶ ରାଜ୍ୟ ପ୍ରଭାରୀ ଦାୟିତ୍ବ ମିିଳିଛି। ଏହା ବ୍ୟତୀତ କେସି ଭେନୁଗୋପାଲଙ୍କୁ ସଂଗଠନର ଦାୟିତ୍ବ ଦିଆଯାଇଛି।

ସୂଚନାନୁସାରେ, କଂଗ୍ରେସ ଦଳର ସାଧାରଣ ସମ୍ପାଦକ ମୁକୁଲ ୱାସନିକଙ୍କୁ ମଧ୍ୟପ୍ରଦେଶ ଦାୟିତ୍ବ, ହରିଶ ରାୱତଙ୍କୁ ପଞ୍ଜାବ ଦାୟିତ୍ବ, ଓମାନ ଚାଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶ ଦାୟିତ୍ବ, ତାରକ ଅନୱାରଙ୍କୁ କେରଳ ଏବଂ ଲକ୍ଷ୍ମଦ୍ୱୀପ, ଜିତେନ୍ଦ୍ର ସିଂଙ୍କୁ ଆସାମ, ଅଜୟ ମାକେନଙ୍କୁ ରାଜସ୍ଥାନ ଦାୟିତ୍ବ ମିଳିଛି। ସେହିପରି ଡକ୍ଟର ଚେଲ୍ଲା କୁମାର ହୋଇଛନ୍ତି ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ। ଓଡ଼ିଶାର ଭକ୍ତ ଚରଣ ଦାସଙ୍କୁ ମିଜୋରାମ ମଣିପୁର ରାଜ୍ୟର ପ୍ରଭାରୀ ଦାୟିତ୍ବ ମିଳିଛି।

ଏଥିସହିତ ଜିତିନ ପ୍ରସାଦଙ୍କୁ ପଶ୍ଚିମବଙ୍ଗ, ଆଣ୍ଡାମାନ୍‌ ନିକୋବର ଦ୍ବୀପପୁଞ୍ଜର ପ୍ରଭାରୀ ଦାୟିତ୍ବ ମିଳିଛି। ନୂଆ ସିଡ୍ଲୁସି ସଦସ୍ୟ ଭାବେ ଦିଗବିଜୟ ସିଂହ, ରାଜୀବ ଶୁକ୍ଲା, ମନିକମ୍‌ ଟେଗୋର, ପ୍ରମୋଦ ତିଓ୍ବାରୀ, ଜୟରାମ ରମେଶ, ଏଚକେ ପାଟିଲ, ସଲମାନ ଖୁର୍ସିଦ, ପବନ ବଂସଲ, ଦିନେଶ କୁନ୍ଦୁର, ମନୀଷ ଚତରଥ ଓ କୁଲଜୀତ ନାଗାର ସ୍ଥାନ ପାଇଛନ୍ତି। ଆଉ କେଉଁ ନେତାଙ୍କୁ ନେଉଁ ଦାୟିତ୍ବ ମିଳିଛି ଜାଣନ୍ତୁ।

wp:core-embed/twitter {"url":"https://twitter.com/ANI/status/1304442852982829057","type":"rich","providerNameSlug":"twitter","className":""}
https://twitter.com/ANI/status/1304442852982829057
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.