ନୂଆଦିଲ୍ଲୀ, ୧୮/୧୨  : ଅନଲାଇନ ଠକେଇର ନୂଆ ନୂଆ ଘଟଣା ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି । ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ପ୍ରେମ କରି ଫସିଛନ୍ତି ଜଣେ ୬୭ବର୍ଷୀୟ ମହିଳା । ଅନଲାଇନ୍ ପ୍ରେମ କଲେ ତା’ପରେ ସମ୍ପର୍କ ଧିରେ ଧିରେ ଆଗକୁ ଗଲା । ଠିକ୍ ଏହାପରେ ଯାହାକୁ ପ୍ରେମ କଲେ ସେ ହିଁ ଧୋକ୍କା ଦେଲା । ପ୍ରେମରେ ମହିଳା ଜଣଙ୍କ ୪.୪ କୋଟି ଟଙ୍କା ହରାଇଛନ୍ତି । 

ସୂଚନା ଅନୁସାରେ, ଜନୈକ ୬୭ବର୍ଷୀୟ ମାଲେସିଆ ମହିଳାଙ୍କୁ ୭ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଏକ ଅନଲାଇନ ଲଭ୍ ସ୍କାମର ଶିକାର ହେବାକୁ ପଡ଼ିଛି । ଯେଉଁଥିରେ ସେ ପ୍ରାୟ ୪.୪କୋଟି ଟଙ୍କା ହରାଇ ଦେଇଛନ୍ତି । କିନ୍ତୁ ସେ କେବେ ବି ନିଜ ପାର୍ଟନରଙ୍କୁ ବ୍ୟକ୍ତିଗତ ରୂପରେ ଭେଟି ପାରିନାହାନ୍ତି । ଏହି ଘଟଣାକୁ ମାଲେସିଆର ବୁକିତ ଅମନ କମର୍ଶିଆଲ କ୍ରାଇମ ଇନଭେଷ୍ଟିଗେଶନ ଡିପାର୍ଟମେଣ୍ଟର ନିର୍ଦେଶକ କମିଶନର ଡାଟୁକ ରାମଲୀ ମହମ୍ମଦ ୟୁସୁଫ ୧୭ଡିସେମ୍ବରରେ ଏକ ପ୍ରେସ କନଫରେନ୍ସରେ କହିଛନ୍ତି ।

ଏହି ସ୍କାମ ଅକ୍ଟୋବର ୨୦୧୭ରେ ଆରମ୍ଭ ହୋଇଥିଲା । ଯେତେବେଳେ ମହିଳା ଫେସବୁକରେ ଏକ ବ୍ୟକ୍ତିଙ୍କୁ ସମ୍ପର୍କ କରିଥିଲେ ସେ ନିଜକୁ ଏକ ଆମେରିକୀୟ ବ୍ୟବସାୟୀ ବୋଲି କହିଥିଲେ । ସେ ସିଙ୍ଗାପୁରରେ ଡାକ୍ତରୀ ଉପକରଣର କିଣାବିକାରେ ସାମିଲ ଅଛନ୍ତି । ସେ ମହିଳାଙ୍କ ଭରସା ଜିତିବାରେ ବେଶି ସମୟ ଲଗାଇନଥିଲେ ଏବଂ ଗୋଟିଏ ମାସ ଭିତରେ ସେ ଅନଲାଇନ ସମ୍ପର୍କ ଆରମ୍ଭ କରିଦେଇଥିଲେ । ଏହି ସମୟରେ ସ୍କାମର ନିକଜୁ ମାଲେସିଆ ସ୍ଥାନାନ୍ତରିତ କରିବାରେ ଆର୍ଥିକ ସଙ୍କଟ ସାମ୍ନା କରିବାକୁ କହି ମହିଳାଙ୍କୁ ସାହାଯ୍ୟ ମାଗିଥିଲେ । ଯାହାପରେ ମହିଳା ପ୍ରଥମ ଥର ଆରଏମ ୫୦୦୦(ପ୍ରାୟ ୯୦,୦୦୦)ଟଙ୍କା ପଠାଇଥିଲେ ।

ଏହାପରେ ଧିରେ ଧିରେ ସ୍କାମର ଗୋଟିଏ ପରେ ଗୋଟିଏ ବ୍ୟକ୍ତିଗତ ଏବଂ ବ୍ୟବସାୟିକ ସଙ୍କଟର ବାହାନା କରି ମହିଳାଙ୍କଠାରୁ ଟଙ୍କା ମାଗିବାକୁ ଚାଲିଲେ। ଏହି ସମୟରେ ମହିଳା ଜଣଙ୍କ ପ୍ରାୟ ୩୦୬ବ୍ୟାଙ୍କ ଟ୍ରାନ୍ସଫର କରିଛନ୍ତି ଏବଂ ୫୦ଭିନ୍ନ ଭିନ୍ନ ଖାତାକୁ ଟଙ୍କା ପଠାଇଛନ୍ତି । ଯେଉଁଥିରେ ତାଙ୍କର କ୍ଷତି ହୋଇଛି ପ୍ରାୟ ଆରଏମ ୨,୨୧୦,୬୯୨.୬୦(ପ୍ରାୟ ୪.୪ କୋଟି) ଟଙ୍କା । ଏଥିରୁ କେତେକ ଟଙ୍କା ମହିଳା ଜଣଙ୍କ ନିଜ ସାଙ୍ଗ ଏବଂ ବନ୍ଧୁ ପରିଜନଙ୍କଠାରୁ ଉଦ୍ଧାର ନେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ଏହା କି ମହିଳା ଜଣଙ୍କ କେବେ ସେହି ବ୍ୟକ୍ତିଙ୍କୁ ଭେଟି କଥା ହୋଇନାହାନ୍ତି । ଉଭୟଙ୍କ ମଧ୍ୟରେ କେବଳ ଫୋନ୍ କଲ ହେଉଥିଲା ଏବଂ ସ୍କାମର ସବୁବେଳେ ଭିଡ଼ିଓ କଲ୍ କିମ୍ବା ଭେଟିବାକୁ ମନା କରୁଥିଲେ । ଏଥିଲାଗି ସେ ବାରମ୍ବାର ବାହାନା ଖୋଜୁଥିଲେ ।

ଶେଷରେ ମହିଳା ଜଣଙ୍କ ନଭେମ୍ବର ୨୦୨୪ରେ ମହିଳା ନିଜର ଏକ ସାଙ୍ଗଙ୍କୁ ମାମଲା ବିଷୟରେ କହିଥିଲେ । ଯିଏ ତାଙ୍କୁ ଏହା କହିଥିଲେ କି ଏହା ଏକ ବଡ଼ ସ୍କାମ୍ ବୋଲି । ଏହି ଘଟଣା ପରେ ମାଲେସିଆ ଅଧିକାରୀ ଲୋକଙ୍କୁ ଅନଲାଇନ ସମ୍ପର୍କ ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।