କୋଲକାତା,୧।୯: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ସାରା ଦେଶରେ ଉତ୍ତେଜନାର କାରଣ ପାଲଟିଛି। ଏହି ମାମଲା ପରେ ଏବେ ଲଗାତାର ବିରୋଧିଙ୍କ ଟାର୍ଗେଟରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଘଟଣା ପରେ ଏବେ ପଶ୍ଚିମବଙ୍ଗରେ ଦୁଷ୍କର୍ମ ଓ ଯୌନ ଉତ୍ପୀଡନର ନୂତନ ୪ଟି ମାମଲା ସାମନାକୁ ଆସିଛି। ପୋଲିସ ଏହି ସବୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କଥା କହିଛି। ତେବେ ଏହି ସବୁ ମାମଲା ପରେ ମମତା ସରକାର ପ୍ରଶ୍ନ ଘେରରେ ଛନ୍ଦି ହୋଇଛନ୍ତି।
ବୀରଭୂମ ଜିଲ୍ଲାର ଲାମ୍ବାବଜାର ସ୍ବାସ୍ଥ୍ୟ କେନ୍ଦ୍ରରରେ ଏକ ନର୍ସଙ୍କ ସହ ଅସଦାଚରଣ ହାଇଥିବା ଅଭିଯୋଗ। ଅଭିଯୋଗ ରହିଛି ଯେ, ଶେଖ୍ ଅବାସୁଦ୍ଧିନ୍ ନାମକ ବ୍ୟକ୍ତି ରାତି ଡ୍ୟୁଟି ସମୟରେ ନର୍ସଙ୍କ ପ୍ରାଇଭେଟ୍ ଅଙ୍ଗକୁ ବଳପୂର୍ବକ ଛୁଇଁବା ସହ ତାଙ୍କ ପ୍ରତି ଅସଦାଚରଣ କରିଥିଲା। ସେଭଳି ନଦିଆର କୃଷ୍ଣଗଞ୍ଜ ଭଜନଘାଟରେ ଜଣେ କିଶୋରୀଙ୍କ ସହ ଦୁଷ୍କର୍ମ ମାମଲା ସାମନାକୁ ଆସିଛି। ଏହି ମାମଲାରେ ପୀଡିତାଙ୍କ କହିବା ଅନୁସାରେ, ଯେତେବେଳେ ସେ ଘରକୁ ଫେରୁଥିଲେ ସେତେବେଳେ ତାଙ୍କ ପଡୋଶୀ ବଗିଚାକୁ ଟାଣି ନେଇ ଦୁଷ୍କର୍ମ କରିବା ପରେ ଜୀବନରେ ମାରିବାକୁ ଧମକ ଦେଇଥିଲା।
ଏହାପରେ ମଧ୍ୟଗ୍ରାମରେ ଟିଏମ୍ସିର ପଞ୍ଚାୟତ ସଦସୃ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ରହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସେଭଳି ହାଓ୍ବଡା ସଦର ହସ୍ପିଟାଲର ସିଟି ସ୍କାନର ରୁମ୍ରେ ଶନିବାର ରାତିରେ ଜଣେ ଯୁବତୀଙ୍କ ସହ ଯୌନ ଶୋଷଣ ମାମଲା ସାମନାକୁ ଆସିଛି। ଗୋଟିଏ ଦିନରେ ଏତେ ସବୁ ମାମଲାକୁ ନେଇ ବିଜେପି ଏବେ ମମତା ସରକାରଙ୍କ ଉପରେ ବର୍ଷିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ାବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମମତାଙ୍କୁ ଟାର୍ଗେଟ କରିଛନ୍ତି। ଅମିତ ମାଲବୀୟ ଲେଖିଛନ୍ତି, ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୨୦୨୪ର ପ୍ରଥମ ଦିନରେ ଦୁଷ୍କର୍ମ ଓ ଯୌନ ଶୋଷଣର ୪ଟି ମାମଲା ଆସିଛି।ମମତାଙ୍କ କାରଣରୁ ପଶ୍ଚିମବଙ୍ଗର ମହିଳା ଏବେ ଅସୁରକ୍ଷିତ। ରାଜ୍ୟରେ ଦୁଷ୍କର୍ମ ମାମଲା ବଢୁଛି। ପୋକ୍ସୋ ମାମଲାରେ ଅଭିଯୁକ୍ତକୁ ଦଣ୍ଡ ଦେବା ପାଇଁ କଡା ନିୟମ ଲାଗୁ କରିବା ଓ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପିତ କରିବା ପାଇଁ କିଛି କରାଯାଇ ନାହିଁ। ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କୁ ଇସ୍ତଫା ଦେବା ଦରକାର।