ନୂଆଦିଲ୍ଲୀ : ୧୬ ବର୍ଷ ପୂର୍ବେ ନିଖୋଜ ହୋଇଥିବା ଯୁବତୀଙ୍କର ମିଳିଲା ସନ୍ଧାନ। ହେଲେ ଜୀବିତ ନୁହେଁ ମୃତ ଭାବେ। ତାଙ୍କୁ ତାଙ୍କର ପ୍ରେମିକ ହତ୍ୟା କରି ଆପାର୍ଟମେଣ୍ଟର ବାଲକୋନୀରେ ସିମେଣ୍ଟ ତଳେ ପୋତି ଦେଇଥିଲା। ଏହି କଥା ସଂପୃକ୍ତ ଯୁବକ ପୁଲିସ ସାମ୍ନାରେ ସ୍ୱୀକାର କରିଛି। ଦକ୍ଷିଣ କୋରିଆରେ ଘଟିଥିବା ଏହି ବର୍ବରୋଚିତ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି।
ମିଡ଼ିଆ ରିପୋର୍ଟ ଅନୁସାରେ, ମଙ୍ଗଳବାର( ୨୪ ସେପ୍ଟେମ୍ୱର) ୫୮ ବର୍ଷିୟ ସେହି ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ଉପରେ ହତ୍ୟା ଅଭିଯୋଗ ଲାଗିଛି।
ଏହି ଘଟଣାଟି ୨୦୦୮ ମସିହାରେ ଘଟିଥିଲା। ଜେରା ବେଳେ ଅଭିଯୁକ୍ତ ପ୍ରେମିକ ତାଙ୍କର ପ୍ରେମିକା( ସେତେବେଳେ ୩୦ ବର୍ଷିୟା)ଙ୍କୁ ହତ୍ୟା କରିବାର ସ୍ୱୀକାର କରିଥିଲେ। ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସେ ତାଙ୍କ ମୁଣ୍ଡ ଓ ମୁହଁକୁ କୌଣସି ଏକ ବସ୍ତୁରେ ବାଡ଼େଇ ଦେଇଥିଲେ । ତାଙ୍କ ମୃତ୍ୟୁ ହୋଇ ଯାଇ ଥିଲା। ଏହା ପରେ ତାଙ୍କର ମୃତଦେହକୁ ଏକ ସୁଟକେସ୍ରେ ରଖିଥିଲେ ,ଯାହାକୁ ସେ ନିଜର ବାଲକୋନୀରେ ଇଟା ଓ ସିମେଣ୍ଟର ଆସ୍ତରଣରେ ପୋତି ଦେଇଥିଲେ।
ୟୋନହାପ୍ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁସାରେ, ସେ ଇଟା ଗୁଡ଼ିକରେ ସବୁଜ ରଙ୍ଗ ଲଗେଇ ଥିଲେ , ଯାହାକି ଏହା ବାଲକୋନୀ ଷ୍ଟ୍ରକରର ଅଂଶ ଭାବେ ମନେହେବ। ଅନେକ ବର୍ଷ ଯାଏ ଏହି ମାମଲା ଲୁଚିରହି ଥିଲା , ଯେପର୍ଯ୍ୟନ୍ତ ଘର ମାଲିକ ଘର ରିପାୟରିଂ ପାଇଁ କାହାକୁ ଫ୍ଲାଟକୁ ପଠାଇ ନଥିଲେ। ପାଣି ବହୁଥିବା କଣାକୁ ଖୋଜିବା ବେଳେ ଜଣେ କର୍ମଚାରୀଙ୍କୁ ଏହି ଶବକୁ ଦେଖିଲେ। ଗ୍ୟୋଙ୍ଗନାମ ପ୍ରାନ୍ତର ପୁଲିସ ଓ ଜିଓଜେ ପୁଲିସ ଷ୍ଟେସନ ଅନୁସାରେ , ସେହି ବ୍ୟକ୍ତି ଯୁବତୀଙ୍କ ଶରୀରରେ ସିମେଣ୍ଟର ୧୦ ସେ.ମିର ଆବରଣ ପକାଇ ଦେଇଥିଲେ।
ଏଏଫପିର ଏକ ରିପୋର୍ଟ କୁହାଯାଇଛି କି , ଅକ୍ଟୋବର ୨୦୦୮ରେ ତାଙ୍କ ହତ୍ୟାର ୩ ବର୍ଷ ଯାଏ ତାଙ୍କର ହତ୍ୟା ସୂଚନା ଦିଆ ଯାଇ ନଥିଲା , କାରଣ ସେ ତାଙ୍କର ପରିବାରର ସଂପର୍କରେ ନଥିଲେ। ୨୦୧୧ରେ ପୁଲିସ ଜେରା ବେଳେ ସେ ବ୍ୟକ୍ତି ରାଡାରରେ ଥିଲେ। ପୁଲିସ ତାଙ୍କୁ ସନ୍ଦେହ କରୁଥିଲା। ଏହି ସମୟରେ ସେ କହିଥିଲେ ଯେ , ସେ ତାଙ୍କ (ଯୁବତୀ) ସହ ସଂପର୍କ କାଟି ଦେଇଛନ୍ତି। ପ୍ରମାଣ ଓ ସୁରାକ୍ ଅଭାବରୁ ମାମଲାଟି ଅଟକି ରହିଥିଲା। ହେଲେ ଫରେନ୍ସିର ଟେକନିକ୍ ରେ ପ୍ରଗତି ଓ ମାମଲାର ଗଭୀର ଯାଞ୍ଚ ପରେ ପୁଲିସ୍ ପୁଣି ସେହି ପ୍ରେମିକକୁ ଜେରା କରିଥିଲା। ସେ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ।
ଏଏଫପି ଜଣେ ପୁଲିସ ଅଧିକାରୀଙ୍କ ଅନୁସାରେ, କହିଛି କି ଶବ ପ୍ରଥମେ ମିଳି ନଥିଲା , କାରଣ ତାକୁ ଛୋଟିଆ ବାଲକୋନୀରେ ରଖା ଯାଇଥିଲା। ରୁମ୍ଟି ୨୦୧୬ରୁ ଖାଲି ଥିଲା, ଯେତେବେଳେ ସେହି ବ୍ୟକ୍ତିଙ୍କୁ ଡ୍ରଗ୍ସ ବ୍ୟବହାର କରିବା ମାମଲାରେ ଗିରଫ କରାଯାଇ ଥିଲା। ଘର ମାଲିକ କହିଥିଲେ ଏହି ସ୍ଥାନକୁ ସେତେବେଳେ ଷ୍ଟୋରେଜ୍ ସ୍ଥାନ ଭାବେ ବ୍ୟବହାର କରାଯାଉ ଥିଲା।
ମୃତଦେହଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ନଥିଲା , କାରଣ ସିମେଣ୍ଟ ତାକୁ ସୁରକ୍ଷିତ ରଖି ଥିଲା। ପୁଲିସ ଫିଙ୍ଗରପ୍ରିଣ୍ଟ ଓ ଡିଏନଏ ପରୀକ୍ଷଣ ମାଧ୍ୟମରେ ଯୁବତୀଙ୍କୁ ଚିହ୍ନଟ କରିଥିଲା।