ନୂଆଦିଲ୍ଲୀ – ସୋସିଆଲ ମିଡ଼ିଆରେ ଏହି ଗୀତ ପୁଣି ଭାଇରାଲ ହେଉଛି । ଏହାକୁ ଲଣ୍ଡନର ଏକ ସଡ଼କରେ ଏକ ଷ୍ଟ୍ରିଟ୍ ସିଙ୍ଗର ଗାଇଛନ୍ତି, ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଲୋକେ । ଏହି ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳେ କି କେମିତି ଜଣେ ସିଙ୍ଗର ସଡ଼କରେ ମେରି ମାଆ ଗୀତ ଗାଉଛନ୍ତି । ଏହି ଗୀତ ଏତେ ମଧୁର ଯେ , ପାଖରେ ଠିଆ ହୋଇଥିବା ଦର୍ଶକ ମଧ୍ୟ ଏହି ଗାୟକଙ୍କ ସହ ମିଶି ଗାଉଛନ୍ତି । ସୋସିଆଲ ମିଡ଼ିଆରେ ଏହି ଗୀତ ସଂପୂର୍ଣ୍ଣ ରୂପେ ଭାଇରାଲ ହୋଇ ସାରିଛି। ଏହି ଗୀତରେ ଅନେକ ୟୁଜର ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭାଇରାଲ ହେଉଥିବା ଏହି ଗୀତକୁ ଇନଷ୍ଟାଗ୍ରାମ୍ରେ ସେୟାର କରାଯାଇଛି।
୨୦୦୭ ମସିହାରେ ଆମିର ଖାନଙ୍କ ଅଭିନୀତ ଫିଲ୍ମ ତାରେ ଜମିନ ପର ରିଲିଜ୍ ହୋଇ ଥିଲା। ଏହି ଫିଲ୍ମରେ ଦେଖାଯାଇ ଥାଏ କି କେମିତି ଜଣେ ପିଲା ଉପରେ ପାଠପଢାର ଚାପ ପଡ଼ିଥାଏ । ତାକୁ ପରିବାର ଠାରୁ ଦୂରେଇ ରଖାଯାଏ। ଉକ୍ତ ଫିଲ୍ମରେ ଏମିତି ତ ବହୁତ ଭଲ ଭଲ ଗୀତ ଅଛି । ମାଆ ନାମର ଏକ ଗୀତ ବହୁତ ହିଁ ସ୍ୱତନ୍ତ୍ର । ଏହି ଗୀତକୁ ଶୁଣିବା ପରେ କେହି ଲୋକ ଭାବୁକ ହୋଇଯିବ। ସେ ତାଙ୍କର ମାଆଙ୍କୁ ନିଶ୍ଚୟ ମନେପକାଇବେ।
wp:html/wp:html
vish.music ନାମକ ୟୁଜର ଏହି ଗୀତକୁ ଇନଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ଏହି ଗୀତକୁ ଲକ୍ଷ ଲକ୍ଷ ଭ୍ୟୁଜ୍ ମିଳି ସାରିଛି, ସେପଟେ ଏହି ଗୀତରେ ଅନେକଙ୍କର ଲାଇକ୍ସ ଦେଖିବାକୁ ମିଳିଛି। ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି – ଖୁବ୍ ସୁନ୍ଦର ଭିଡ଼ିଓ । ଅନ୍ୟ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି- ଖୁବ୍ ମିଠା ସ୍ୱରରେ ଗୀତ ଗାଇଛନ୍ତି ।