ନୂଆଦିଲ୍ଲୀ, ୨୯।୫: ମଣିପୁରରେ ଥମୁନି ହିଂସା । ଗତ କାଲି ରାତିରେ ସଶସ୍ତ୍ର ଉଗ୍ରପନ୍ଥୀମାନେ ବ୍ୟାପକ ହିଂସା ଭିଆଇଛନ୍ତି। ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ସହ ସେମାନଙ୍କ ଘର ଜାଳି ଦେଇଛନ୍ତି । ୫ଟି ସ୍ଥାନରେ ଉଗ୍ରପନ୍ଥୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଆଜି ଭୋର୍ ସମୟରେ ମଧ୍ୟ ଇମ୍ଫାଲ ଘାଟି ଏବଂ ଏହାର ନିକଟବର୍ତ୍ତୀ ୫ଟି ଅଞ୍ଚଳରେ ଉଗ୍ରପନ୍ଥୀମାନେ ପ୍ରଚଣ୍ଡ ଆକ୍ରମଣ କରିଥିଲେ । ଉଗ୍ରପନ୍ଥୀଙ୍କୁ କଡ଼ା ଜବାବ ଦେଇଛନ୍ତି ସୁରକ୍ଷାବାହିନୀ । ପ୍ରାୟ ୪୦ ଉଗ୍ରପନ୍ଥୀ ନିହତ ହୋଇଥିବା ବେଳେ କିଛି ଉଗ୍ରପନ୍ଥୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ କହିଛନ୍ତି ଯେ ଉଗ୍ରପନ୍ଥୀମାନଙ୍କ ଯୋଜନାବଦ୍ଧ ଆକ୍ରମଣର କଡ଼ା ଜବାବ ଦେଇଛି ସୁରକ୍ଷା ବାହିନୀ । ଉପଦ୍ରୁତ ଅଞ୍ଚଳରେ ଉଗ୍ରପନ୍ଥୀଙ୍କୁ ଦମନ ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି ।
{"id":579622,"sizeSlug":"full","linkDestination":"none"}
ଆତଙ୍କବାଦୀମାନେ ଏମ୍-୧୬, ଏକେ-୪୭ ଏବଂ ସ୍ନାଇପର ରାଇଫଲ ବ୍ୟବହାର କରି ନାଗରିକଙ୍କ ଉପରେ ଆକ୍ରମଣ କରୁଥିବାର ସୂଚନା ରହିଛି । ଅନେକ ଗ୍ରାମକୁ ସେମାନେ ଜାଳି ଦେଇଥିବା ବେଳେ ସୁରକ୍ଷା ବାହିନୀର କ୍ୟାମ୍ପ୍ଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି । ତେବେ ଆଜିର ଅଭିଯାନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଥିବା କୁହାଯାଇଛି । କୁକୁ ସଂପ୍ରଦାୟର ସଶସ୍ତ୍ର ଉଗ୍ରପନ୍ଥୀମାନେ ପରିବହନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଠପ୍ କରିଦେବା ପାଇଁ କରିଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି । ହିଂସାଗ୍ରସ୍ତ ଅଞ୍ଚଳରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ବ୍ୟାପକ ଛାନଭିନ୍ ଚଳାଇଛନ୍ତି ।
{"id":579623,"sizeSlug":"full","linkDestination":"none"}