ମାଲକାନଗିରି; ୭/୧: ସୀମାନ୍ତରେ ୬୪ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ । ୭ ମହିଳା ମାଓବାଦୀ ସହ ୨୬ ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା । ଛତିଶଗଡ଼ ସରକାରଙ୍କ ମାଓବାଦୀ ପୂର୍ଣ୍ଣିବାସ ଯୋଜନାରେ ପ୍ରଭାବିତ ହୋଇ ବୁଧବାର ସୁକୁମା ଜିଲ୍ଲା ପୁଲିସ ନିକଟରେ ୭ ଜଣ ମହିଳା କ୍ୟାର୍ଡର ମାଓବାଦୀ ସହିତ ୨୬ ଜଣ ପିଏଲଜିଏ ବାଟାଲିଆନର କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସିଛନ୍ତି ।
ଏହି ମାଓବାଦୀଙ୍କ ମୁଣ୍ଡ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ୬୪ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଏହି ମାଓବାଦୀମାନେ ଛତିଶଗଡ଼ ଓଡିଶା ସୀମାନ୍ତ ଵର୍ତ୍ତି ଅଞ୍ଚଳରେ ଅନେକ ମାଓ ହିଂସାରେ ସାମିଲ ଥିବା ପୁଲିସ ପକ୍ଷରୁ କୁହାଯାଇଛି । ମାଓ ଆତ୍ମ ସମର୍ପଣ ନୀତି ଅନୁଯାୟୀ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।