ନୂଆଦିଲ୍ଲୀ,୧୫/୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ ଗୋଟିଏ ପଟେ । ମାର୍ନସ ଲାବୁସେନ ଓ ମହମ୍ମଦ ସିରାଜଙ୍କ ମଧ୍ୟରେ ରଗାରଗି ସ୍ଥିତି ଆଉ ଗୋଟିଏ ପଡେ । ପ୍ରଥମେ ଆଡିଲେଡ ଓ ଏବେ ଗାବାରେ ପୁଣି ମାର୍ନସ ଓ ସିରାଜ ଚର୍ଚ୍ଚାକୁ ଆସିଛନ୍ତି । ଲାବୁସେନ ମହମ୍ମଦ ସିରାଜଙ୍କ ଆଗରେ ବିଗୁଲେଇ ହୋଇଥିବା ଦେଖିବାକୁ ମିଳିଛି ।

ବର୍ଡର-ଗାଭାସ୍କର ତୃତୀୟ ଟେଷ୍ଟ ମ୍ୟାଚ ଗାବା ଗ୍ରାଉଣ୍ଡରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । କ୍ରିଜରେ ମାର୍ନସ ଲାବୁସେନ ଓ ସ୍ମିଥ ଥିଲେ । ଏହି ସମୟରେ ବୋଲିଂ ପାଇଁ ଆସିଥିଲେ ସିରାଜ । ଲାବୁସେନ ତାଙ୍କ ଆଗରେ ବିଗୁଲେଇ ହୋଇଥିବା ଦେଖିବାକୁ ମିଳିଥିବା । ଭାରତ ତୃତୀୟ ୱିକେଟ ହାସଲ କରିବାକୁ ଯୋଜନା କରୁଥିଲା । ୩୩ତମ ଓଭର ଦ୍ବିତୀୟ ବଲ ପରେ ସିରାଜ ଷ୍ଟ୍ରାଇକର ଷ୍ଟମ୍ପ ପାଖରେ ଥିବା  ୨ଟି ବେଲକୁ ବଦଳାଇ ଦେଇଥିଲେ । ଏହାପରେ ସିରାଜ ବୋଲିଂ ପାଇଁ ଆସିଥିଲେ । ସେହି ସମୟରେ ଲାବୁସେନ ଷ୍ଟମ୍ପ ବେଲକୁ ପୂର୍ବ ପରି କରି ଦେବା ସହ ସିରାଜଙ୍କ ଆଗରେ ବିଗୁଲେଇ ହୋଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ହିଁ ଆଉଟ ହୋଇଥିଲେ ଲାବୁସେନ । ୧୨ ରନ କରି ନୀତିଶ କୁମାର ରେଡ୍ଡୀଙ୍କ ବଲର ଶିକାର ହୋଇଥିଲେ ସେ ।

ପ୍ରକାଶ ଥାଉ କି, ଆଡିଲେଡରେ ଖେଳା ଯାଉଥିବା ଦ୍ବିତୀୟ ଟେଷ୍ଟରେ ମାର୍ନସ ଲାବୁସେନ ଓ ସିରାଜ ଚର୍ଚ୍ଚାକୁ ଆସିଥିଲେ । ମହମ୍ମଦ ସିରାଜ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ସନ ଲାବୁସେନଙ୍କ ଉପରେ ରାଗିଥିବା ଦେଖିବାକୁ ମିଳିଥିଲା । ସିରାଜ ବୋଲିଂ କରିବାକୁ ଯିବା ସମୟରେ ଲାବୁସେନ ତାଙ୍କୁ ଅଟକିବାକୁ କହିଥିଲେ । ସିରାଜ ଅଟକି ଥିଲେ ମାତ୍ର ପୁଣି ରାଗି ଯାଇ ବଲ ଫୋପାଡିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।