ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ବିବାହ ବନ୍ଧନରେ ହାର୍ଡକୋର ମାଓବାଦୀ, ନବଦମ୍ପତିଙ୍କୁ ଆର୍ଶିବାଦ କଲେ ଡ଼ିଆଇଜି

ନୂଆପଡ଼ା,୭।୯(ଆପ୍ର): ଦିନେ ମାଓ ନୀତିରେ ଅନୁପ୍ରାଣିତ ହୋଇ ହାତରେ ବନ୍ଧୁକ ଧରି ହାର୍ଡକୋର ମାଓବାଦୀ ସାଜିଥିଲେ । ଅନେକ ହିଂସା ଘଟାଇ ପୁଲିସ ଟାର୍ଗେଟରେ ଥିଲେ । ଏବେ ସେମାନେ ସାଜିଛନ୍ତି ୭ ଜନ୍ମର ସାଥୀ । ଖୋଦ୍ ପୁଲିସ ପ୍ରଶାସନ ଉଭୟ ମାଓ ଦମ୍ପତିଙ୍କ ବିବାହ ଉତ୍ସବ ଆୟୋଜନ କରିଛନ୍ତି । ମାଓ ଆଦର୍ଶ ଓ ଅସ୍ତ୍ରକୁ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଏହି ଦୁଇ ମାଓବାଦୀ ହେଲେ ଡାଲମତୀ କମାର ଓ ରାହୁଲ ମୁସାକି।

{"id":462422,"sizeSlug":"large","linkDestination":"none"}

ଗତ ୨୦୧୬-୧୭ରେ ନୂଆପଡା ଜିଲ୍ଲା ସିନାପାଲି ଥାନା କୁନ୍ଦେନଝରିଆ ଗାଁର ଡାଲମତୀ କମାର ଓରଫ୍ ମାଧୁରୀ ମୈନପୁର ମାଓବାଦୀ ଡିଭିଜନରେ ଯୋଗଦାନ କରିଥିଲେ। କିନ୍ତୁ ସେଠାରେ ନିର୍ଯାତନା ସହି ନ ପାରି ୨୦୧୮ ନଭେମ୍ବର ୧୩ରେ ତତ୍କାଳୀନ ନୂଆପଡ଼ା ଏସପି ସ୍ମିତ ପରମାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିପରି ୨୦୨୧ ସେପ୍ଟେମ୍ବର ମାସରେ ଛତିଶଗଡର ରାଜ୍ୟ ସୁକମା ଅଞ୍ଚଳର ରାହୁଲ ମୁସାକି ଓରଫ ପିଣ୍ଟୁ କନ୍ଧମାଲ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ସେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼(କେକେବିଏନ) ମାଓ ସଂଗଠନରେ କାମ କରୁଥିଲେ।

{"id":462423,"sizeSlug":"large","linkDestination":"none"}

ସେମାନଙ୍କ ନାମରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ହେଲେ ମାଓ ରାସ୍ତା ଛାଡ଼ିବା ପରେ ଦୁହେଁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ସହ ପରସ୍ପରର ହାତ ଧରିବାକୁ ସ୍ଥିର କରିଥିଲେ । ସେମାନଙ୍କର ଏହି ନିଷ୍ପତ୍ତିକୁ ରୂପ ଦେବା ନିମନ୍ତେ ନୂଆପଡ଼ା ଜିଲ୍ଲା ପୁଲିସ ଉଦ୍ୟମ କରିଥିଲା । ଦୁହେଁ ବୁଧବାର ଧୁମଧାମ୍‌ରେ ବାହା ହେଉଛନ୍ତି । ପୁଲିସ ବିବାହ ଉତ୍ସବ ଆୟୋଜନ କରୁଛି। ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ବରଙ୍କ ପିତା ହୋଇଥିବା ବେଳେ ଜୋଙ୍କ ଆଇଆଇସି କୈଳାସ ସେଠୀ କନ୍ୟା ଦାନ କରିଛନ୍ତି । ଦକ୍ଷିଣ- ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର ଯୋଗଦେଇ ନବଦମ୍ପତ୍ତିଙ୍କୁ ଶୁଭାଶିର୍ବାଦ କରିଛନ୍ତି । ଏବେ ଭୋଜି ଭାତର ଆସର ଜମିଛି । ଏହା ସବୁ ମହଲରେ ପ୍ରଶଂସା ଓ ଅଲୋଚନାର ବିଷୟ ହୋଇଛି।

wp:embed {"url":"https://youtu.be/5PnXJdqku1Y","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/5PnXJdqku1Y
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.