ନୂଆଦିଲ୍ଲୀ: ମଥୁରାର ଯମୁନା ଏକ୍ସପ୍ରେସ ଓ୍ବେରେ ଚାଲିଥିଲା ଦେହ ବ୍ୟବସାୟ । ରାୟା କଟ ପାଖରେ ଥିବା ଏକ ଗେଷ୍ଟ୍ ହାଉସରେ ଏହି ରାକେଟ୍ ଚାଲିଥିବା ଅଭିଯୋଗ ହୋଇଥିବାବେଳେ ପୁଲିସ ଧରିଛି । ୧୦ ଜଣ ଗ୍ରାହକଙ୍କ ସହ ୭ ଜଣ ଦେହଜୀବୀ ଅଟକ ରହିଥିବାବେଳେ ପୁଲିସ ସେମାନଙ୍କୁ ପଚରାଉଚରା କରୁଛି । ତେବେ ଏଥିରେ କେଉଁମାନଙ୍କ ଲିକ୍ ରହିଛି ତଦନ୍ତ ଆରମ୍ଭ କରିଛି ପୁଲିସ ।

ହୋଟେଲ ଏବଂ ଗେଷ୍ଟ ହାଉସ୍ ନାଁରେ ଏଠାରେ ସେକ୍ସ ରାକେଟ୍ ଚାଲିଥିଲା । ପୁଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିବାବେଳେ ସେଠାରେ ଚଢ଼ାଉ କରିଥିଲା । ଆପତ୍ତିଜନକ ଅବସ୍ଥାରେ ୧୦ ଜଣ ପୁରୁଷ ଏବଂ ୭ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା । ତେବେ ଚଢ଼ାଉ ବେଳେ ସେମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନଙ୍କୁ ମାଡ଼ି ବସିଥିଲା ପୁଲିସ ।

ପୁଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗିରଫ ଦେହଜୀବୀମାନେ ଦିଲ୍ଲୀ, ପଞ୍ଜାବ, ଆଲିଗଡ଼ ଏବଂ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ଏହି ଲିଙ୍କରେ କେଉଁମାନେ ରହିଛନ୍ତି ସେମାନଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ତନାଘନା । ବାହାର ରାଜ୍ୟରୁ ଆସି ଏଠାରେ କେମିତି ବ୍ୟବସାୟ ଚଳାଇଥିଲେ ? ଏମାନେ ପଛରେ କେଉଁମାନଙ୍କ ହାତ ରହିଛି ସେମାନଙ୍କୁ ଗିରଫ କରିବା ପାଇଁ ଦାବୀ ହୋଇଛି ।

ଏହାସହ ପଢ଼ନ୍ତୁ : ଫୋରେନସିକ ଲାବୋରାଟୋରୀକୁ ଯାଞ୍ଚ ପାଇଁ ପଠାଗଲା ବିୟୁଟିଙ୍କ ମୋବାଇଲ୍, ବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓଗ୍ରାଫି