ଭୁବନେଶ୍ୱର,୩୦/୦୧: କମିଶନ(ଏନ୍ଏମ୍‌ସି) ୨୦୨୫ ପିଜି କାଉନ୍ସେଲିଂ ରାଉଣ୍ଡ-୩ ଚଏସ୍ ଲକିଂ ବ୍ୟବସ୍ଥାକୁ ସ୍ଥଗିତ ରଖିଛି । ସୁପ୍ରିମ୍‌କୋର୍ଟରେ ଏହି ସମ୍ବନ୍ଧୀୟ ମାମଲା ବିଚାରାଧୀନ ରହଛି । ତେଣୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ପିଜି କାଉନ୍‌ସିଲିଂ ରାଉଣ୍ଡ-୩ ଚଏସ୍ ଲକିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

୨୯ ଜାନୁଆରୀରେ ପିଜି କାଉନ୍‌ସିଲିଂ ରାଉଣ୍ଡ-୩ ଚଏସ୍ ଲକିଂ ପାଇଁ ଏନ୍ଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏନ୍ଏମ୍‌ସି ୱେବ୍‌ସାଇଟ୍‌ରେ ସନ୍ଧ୍ୟା ୬ଠାରୁ ୩୦ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଚଏସ୍ ଲକିଂ କରିବା ଲାଗି ସୁଯୋଗ ଦିଆଯାଇଥିଲା । ଫଳରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ଲାଗି ରହିଥିଲା । ହେଲେ  ପୁଣି ସ୍ଥଗିତ ପାଇଁ ଆଉ ଏକ ନିର୍ଦ୍ଦେଶନାମା ଆସିଲା ପରେ ଛାତ୍ରଛାତ୍ରୀଙ୍କ ଭିତରେ ନିରାଶା ଖେଳିଯାଇଛି । ଗୁରୁବାର ଗୋଟିଏ ଦିନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ନିର୍ଦ୍ଦେଶନାମା ଆସିବା ପରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୋଟିଏ ନିର୍ଦ୍ଦେଶନାମାରେ ପିଜି କାଉନ୍ସେଲିଂ ରାଉଣ୍ଡ-୩ ଚଏସ୍ ଲକିଂକୁ ଅନୁମତି ଦେଇଥିଲା ବେଳେ ପରବର୍ତ୍ତୀ ଅବସ୍ଥାରେ ସ୍ଥଗିତ ରଖିଛି ।