ପ୍ରବଳ ଝଡ ବର୍ଷା ସତ୍ତ୍ୱେ ଡ୍ଯୁଟି କଲେ ଟ୍ରାଫିକ୍ ପୋଲିସକର୍ମୀ, ଛୁଟିଲା ପ୍ରଶଂସାର ସୁଅ

source:www.guwahatiplus.com
ନୁଆଦିଲ୍ଲୀ ୧/୪: ଗୁୱାହାଟିରେ ଜଣେ ଟ୍ରାଫିକ୍ ପୋଲିସ ପ୍ରବଳ ଝଡ ବର୍ଷାରେ ନିଜ ଡ୍ଯୁଟି ସମ୍ପାଦନ କରିଛନ୍ତି । ଏବେ ସୋସିଆଲ ମିଡିାରେ ଭାଇରାଲ ହେଉଛନ୍ତି ଏହି ରିୟଲ ହିରୋ । ଏହି ପୋଲିସ କର୍ମୀ ଜଣଙ୍କ ହେଉଛନ୍ତି ମିଥୁନ୍ ଦାସ । ସଚ୍ଚୋଟତାର ସହ ନିଜ ଡ୍ୟୁଟି କରିଛନ୍ତି ମିଥୁନ । ଏବେ ସୋସିଆଲ ମିଡିଆରେ କେବଳ ତାଙ୍କରି ଚର୍ଚ୍ଚା । ସମସ୍ତେ ତାଙ୍କର ପ୍ରଶଂସା କରିବାରେ ଲାଗିପଡିଛନ୍ତି ।
ମିଥୁନ୍ ଦାସ ବସ୍ତିଆ ଟ୍ରାଫିକ୍ ଛକରେ ଟ୍ରାଫିକ୍ ମ୍ୟାନେଜ୍ କରୁଥିଲେ । ଏହି ଛକଟି ବହୁତ ବ୍ୟସ୍ତ ବହୁତ ଛକ । ଏହି ସମୟରେ ପ୍ରବଳ ଝଡ ବର୍ଷା ହେବାରେ ଲାଗିଲା । କିନ୍ତୁ ସେ ଝଡ ତୋଫାନକୁ ଖାତିର ନକରି ପୂର୍ବ ଭଳି ନିଜ କାମ କରିବାରେ ଲାଗିପଡିଲେ । ସେହି ସମୟରେ ତାଙ୍କ ପାଖରେ ରେନକୋର୍ଟ ମଧ୍ଯ ନଥିଲା ।
#WATCH A traffic police constable Mithun Das, continues his duty during a rainstorm at Basistha Chariali Traffic point in Assam's Guwahati. (31-03-2019) pic.twitter.com/HUtyeoaKUD
— ANI (@ANI) April 1, 2019
ଏହି ଦୃଶ୍ୟକୁ ନିଜ ଅଫିସିଆଲ ଟ୍ୱିଟର ହ୍ଯାଣ୍ଡେଲରେ ସେୟାର କରିଥିଲା ଆସାମ ପୋଲିସ । ଏହି ଟ୍ୱିଟରେ କ୍ଯାପସନ ରହିଛି ଯେ କନଷ୍ଟେବଳ ମିଥୁନ ଦାସଙ୍କ କର୍ତ୍ତବ୍ଯ ପ୍ରତି ତାଙ୍କ ଅସାଧାରଣ ସମର୍ପଣ ପାଇଁ ସଲାମ …
Dedication is thy name!
— Assam Police (@assampolice) March 31, 2019
We salute AB Constable Mithun Das (Basistha PS) of @GuwahatiPol , for his exceptional devotion towards duty and showing us how dedication can turn a storm into a sprinkle.
Kudos!
Video Courtesy: Banajeet Deka pic.twitter.com/c6vfHaQBlT
ଏହି ଭିଡିଓରେ ଦେଖାଯାଉଛି ଯେ ମିଥୁନ ବର୍ଷାରେ ଓଦା ହୋଇ କିଛି ନହେଲା ଭଳି ନିଜ କାମ କରୁଛନ୍ତି । ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୨୦୧୫ରେ ସେ ଆସାମ ପୋଲିସରେ ଜଏନ କରିଥିଲେ ।