ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ପିଏସ୍‌ଏଲ୍‌ ଖେଳି ପାରନ୍ତି ୭ ଫୁଟ ୬ ଇଞ୍ଚର ମୁଦାସର: ଜାତୀୟ ଦଳରେ ଖେଳିବା ନେଇ ରଖିଛନ୍ତି ଲକ୍ଷ୍ୟ, ସୁଯୋଗ ମିଳିଲେ ହେବେ ବିଶ୍ବ କ୍ରିକେଟର ଡେଙ୍ଗା ଖେଳାଳି

ନୂଆଦିଲ୍ଲୀ, ୦୯/ ୧୦: ଆଗାମୀ ଦିନରେ ପାକିସ୍ତାନ ଓ ବିଶ୍ବ କ୍ରିକେଟକୁ ବର୍ତ୍ତମାନ ସମୟର ସବୁଠୁ ଡେଙ୍ଗା ବୋଲର ମିଳି ପାରେ। କ୍ରିକେଟ ପ୍ରେମୀ ନିଶ୍ଚିତ ଭାବେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଇର୍ଫାନଙ୍କୁ ମନେ ରଖିଥିବେ। ଯାହାଙ୍କ ଉଚ୍ଚତା ୭ ଫୁଟ୍‌ ୧ ଇଞ୍ଚ। ସେ ୬୦ଟି ଦିନିକିଆ ଖେଳି ୮୩ଟି ଓ୍ବିକେଟ ନେଇଛନ୍ତି। ଏବେ ତାଙ୍କଠୁ ଡେଙ୍ଗା ବୋଲର ପାକିସ୍ତାନର ମୁଦାସର ଗୁଜାରଙ୍କୁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍ଏଲ)ର ଟିମ୍‌ ଲାହୋର କଲନ୍ଦର୍ସ ଦଳର ଡେଭେଲପମେଣ୍ଟ ପ୍ରୋଗାମରେ ସାମିଲ କରିଛି। ପାକିସ୍ତାନର କ୍ରୀଡ଼ା ସାମ୍ବାଦିକ ସାଜ ସାଦିକଙ୍କ ଉଚ୍ଚତା ୭ ଫୁଟ୍‌ ୬ ଇଞ୍ଚ ବୋଲି ସୂଚନା ଦେଇଛନ୍ତି। ସୂଚନାଥାଉକି ଭାରତର ଇଣ୍ଡିଆନ୍‌ ପ୍ରିମିୟର ଲିଗକୁ ନକଲ କରି ପାକିସ୍ତାନ ପିଏସ୍‌ଏଲ ଆରମ୍ଭ କରିଛି।

ମୁଦାସରଙ୍କ ଉଚ୍ଚତାକୁ ନେଇ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ତାଙ୍କ ଉଚ୍ଚତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।ଲାହୋର କଲନ୍ଦର୍ସ ଏବଂ କ୍ରୀଡ଼ା ସାମ୍ବାଦିକ ସାଜ ସାଦିକ ନିଜ ଟୁଇଟରେ ଏହି ଖେଳାଳିଙ୍କ ଉଚ୍ଚତା ୭ ଫୁଟ ୬ ଇଞ୍ଚ ହୋଇଥିବା ସୂଚନା ଦିଆଯାଇଛି। ଅପରପକ୍ଷେ ଅନ୍ୟକିଛି ମିଡିଆରେ ମୁଦାରସଙ୍କ ଉଚ୍ଚତା ୭ ପୁଟ ୪ ଇଞ୍ଚ ବୋଲି କୁହାଯାଇଛି। ଆଗାମୀ ଦିନରେ ଯଦି ମୁଦାସର ପାକିସ୍ତାନ କ୍ରିକେଟ ଟିମ୍‌ ପକ୍ଷରୁ ଖେଳନ୍ତି ତେବେ ବିଶ୍ବ କ୍ରିକେଟରେ ସେ ସବୁଠୁ ଡେଙ୍ଗା ଖେଳାଳି ହେବେ।

wp:core-embed/twitter {"url":"https://twitter.com/Saj_PakPassion/status/1314189295389945857","type":"rich","providerNameSlug":"twitter","className":""}
https://twitter.com/Saj_PakPassion/status/1314189295389945857
/wp:core-embed/twitter

ବ୍ରିଟେନ୍‌ ଖବର କାଗଜ ଡେଲି ମେଲରେ ସାକ୍ଷାତକାର ଦେଇ ମୁଦାସର କହିଛନ୍ତି ଯେ, ଉପରବାଲାଙ୍କ କୃପାରୁ ମୋର ଏହି ଉଚ୍ଚତା ବୋଲି ସେ କହିଛନ୍ତି। ସୂଚନାଥାଉକି, ଡାକ୍ତର ଏହାକୁ ହର୍ମନ ସମସ୍ୟା ବୋଲି କହୁଛନ୍ତି। ସେ ଆହୁରି କହିଛନ୍ତି ଯେ, ମୋ ଅଧିକ ଉଚ୍ଚତା ପାଇଁ ଦ୍ରୁତ ବେଗରେ ଦୌଡ଼ି ପାରେ ଏବଂ ଆଗାମୀ ଦିନରେ ଦ୍ରୁତ ବୋଲର ହୋଇ ପାରିବି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୁଁ ୭ମାସ ପୂର୍ବରୁ ପ୍ରଶିକ୍ଷଣ ଆରମ୍ଭ କରିଥିଲି। ମହାମାରୀ କରୋନା ପାଇଁ ମଝିରେ ପ୍ରଶିକ୍ଷଣ ଶିବିର ବନ୍ଦ ହୋଇଥିଲା। ମୋର ବିଶ୍ବାସ ଅଛିକି ଦିନେ ନା ଦିନେ ବିଶ୍ବ କ୍ରିକେଟରେ ଦୁନିଆର ସବୁଠୁ ଡେଙ୍ଗା ବୋଲର ହୋଇ ପାରିବି। ପ୍ରାଇମେରୀ ସ୍କୁଲରେ ପଢ଼ିବା ସମୟରେ ତାଙ୍କ ଉଚ୍ଚତା ୬ ଫୁଟ ହୋଇ ଯାଇଥିଲା। ଏପରିକି ତାଙ୍କ ଜୋତା ସାଇଜ ୨୩.୫ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.