ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ସାଙ୍ଗକୁ ଛୁରା ମାଡ଼ କଲା ସାଙ୍ଗ, ନାବାଳକ ଗୁରୁତର

ନୀଳଗିରି,୧୮/୧୧(ଆ.ପ୍ର): ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା କଣ୍ଠୀଆଟିକର ଛକରେ ଘଟିଛି ଅଭାବନୀୟ ଘଟଣା। ନାବାଳିକ ଛୁରା ମାଡ଼ରେ ନାବାଳକ ଅଭିଯୁକ୍ତ ଅଟକ। ସୂଚନଯୋଗ୍ୟ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୋପ ଅଞ୍ଚଳର ବନଞ୍ଜୟ ମହାନ୍ତି ପୁଅ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଆଜି ସନ୍ଧ୍ୟାରେ ଟ୍ୟୁସନ୍ ରୁ ଘରକୁ ଫେରୁଥିଲା। ବାଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛାତ୍ର ଜଣକର ସାଙ୍ଗ ଅଟକାଇ ଛୁରା ମାଡ କରିଥିଲା। ଫଳରେ ଛାତ୍ରଜଣଙ୍କ ବେକରେ କ୍ଷତ ସୃଷ୍ଟି ହୋଇଛି। ଅଭିଯୁକ୍ତ ନାବାଳକ ଜଣକ ଶ୍ୟାମସୁନ୍ଦରପୁର ଅଞ୍ଚଳର ପାଗଲା ସାମଲ। ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଚାଲୁ ରଖିଛି।

Copyright © 2022 - Summa Real Media Private Limited. All Rights Reserved.