ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଦୁଷ୍କର୍ମ ସମୟରେ ପୀଡିତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ନିଜେ ଦେହର ଭୋକ ମେଣ୍ଟାଇଲେ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ...

ନୂଆଦିଲ୍ଲୀ: ବିହାରର କୈମୁର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଶନିବାର ଦିନ ଏଠାରେ ଜଣେ ୧୪ ବର୍ଷର ନାବାଳିକାକୁ କିଛି ଯୁବକ ଅପହରଣ କରି ନେଇ ଦୁଷ୍କର୍ମ କରିଛନ୍ତି । ତେବେ ଏହି ଘଟଣା ସମୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକଙ୍କୁ ଘଟଣାସ୍ଥଳରେ ଦେଖି ସେମାନେ ସେଠାରୁ ପଳାୟନ କରିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ପୀଡିତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ପ୍ରଧାନ ଶିକ୍ଷକ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ ।

ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ଶୌଚପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ସମୟରେ ଚାରିଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ । ସେମାନେ ତାଙ୍କୁ କିଛି ଦୂରରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସମୟରେ ଅନ୍ୟ ଯୁବକମାନେ ପାଖରେ ଠିଆ ହୋଇଥିଲେ ।  

ତେବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାବାଳିକାଙ୍କୁ ଅପହରଣର ଦୃଶ୍ୟକୁ ଦୂରରୁ ଅନୁସରଣ କରିଥିଲେ । ଆଉ ଘଟଣାସ୍ଥଳରେ ସେ ପହଞ୍ଚିବା ପରେ ଯୁବକମାନେ ତାଙ୍କୁ ଦେଖି ପଳାଇ ଯାଇଥିଲେ । ହେଲେ ନାବାଳିକାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେ ସୁଯୋଗକୁ ହତାଛଡା ନକରି ନିଜ ଦେହର ଭୋକ ମେଣ୍ଟାଇଥିଲେ । ଅଭିଯୁକ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଭାସ୍କର ବୋଲି ଜଣାପଡିଛି । ଏନେଇ ପୀଡିତା ପୋଲିସକୁ କହିଛି ଯେ ସେ ଭାବୁଥିଲେ କି, ପ୍ରଧାନଶିକ୍ଷକ ତାଙ୍କୁ ବଂଚାଇବେ, କିନ୍ତୁ ସେ ମଧ୍ୟ ମୋତେ ବଳାତ୍କାର କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଦା ଭିତରେ ଛାଡି ଚାଲି ଆସିଲେ ।

ଏନେଇ ପୋଲିସ କହିଛି ଯେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଏବଂ ଯୁବକ ମାନଙ୍କ ବିରୋଧରେ ଯୌନ ଅପରାଧ ଆଇନ (POCSO) ଅଧୀନରେ ଏକ ମାମଲା ରୁଜୁ ହୋଇଛି । ନାବାଳିକାକୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । IPC ର ଧାରା ୧୬୪ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ପୀଡିତାଙ୍କ ବିବୃତ୍ତି ରେକର୍ଡ ହେବ।  ଯୁବକମାନେ ଫେରାର ଥିବା ବେଳେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅନ୍ୟ ମାନଙ୍କୁ ଗିରଫ କରିବା ପାଇଁ ଚଢାଉ କରାଯାଉଛି ।

Copyright © 2022 - Summa Real Media Private Limited. All Rights Reserved.