PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

୯ ଦିନ ପରେ ନିଖୋଜ ଏଏନ୍-୩୨ ବିମାନର ଭଗ୍ନାଂଶ ମିଳିଲା

ନୂଆଦିଲ୍ଲୀ,୧୧।୬: ଭାରତୀୟ ବାୟୁସେନାର ନିଖୋଜ ଏନ-୩୨ ବିମାନର ଭଗ୍ନାଂଶର ଆଜି ସନ୍ଧାନ ମିଳିଛି। ଏହାର ଭଗ୍ନାଂଶ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାରେ ମିଳିଛି। ଦୁର୍ଘଟଣା ସମୟରେ ବିମାନରେ ୧୩ ଜଣ ଯାତ୍ରୀ ଥିଲେ।  ବାୟୁସେନାର ଅଧିକାରୀ ଟ୍ବିଟର ହାଣ୍ଡେଲରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ, ଭାରତୀୟ ବାୟୁସେନା ପକ୍ଷଣୁ କୁହାଯାଇଛି ଅରୁଣାଚଳ ପ୍ରଦେଶର ଟାଟା ଅଞ୍ଚଳରେ ଉତ୍ତରପୂର୍ବରେ ଲିପୋହ ଠାରୁ ୧୬ କିଲୋମିଟର ଉତ୍ତରରେ ପ୍ରାୟ ୧୨୦୦୦ ଫୁଟ ଉଚ୍ଚତାରେ ବାୟୁସେନାର ନିଖୋଜ ବିମାନ ଏଏନ-୩୨ ବିମାନର ଭଗ୍ନାଂଶ ଦେଖିବାକୁ ମିଳିଥିଲା। ଏବେ ହେଲିକପ୍ଟର ବିସ୍ତୃତ ଅଞ୍ଚଳରେ ସନ୍ଧାନ କରାଯାଉଛି।

ଉଲ୍ଲେଖନୀୟ ଯେ, ୩ ଜୁନରୁ ଆସାମର ଜୋରହାଟରୁ ଉଡାଣ ଆରମ୍ଭ କରିଥିଲା ଓ ପରେ ନିଖୋଜ ହୋଇଯାଇଥିଲା।  ନେଇ ଏପର୍ଯ୍ୟନ୍ତ ଏହି ବିମାନଟି ନିଖୋଜ ରହିଥିଲା। ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନିଖୋଜ ବିମାନର ଭଗ୍ନାଂଶକୁ  ଦେଖିବାକୁ ପାଇଛି। ଖୁବଶୀଘ୍ର ଭାରତୀୟ ବାୟୁସେନା ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ସୂଚନା ରହିଛି।

ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏଏନ୍‌- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଅପରାହ୍ନ ୧ଟାରେ ବିମାନଟି କେଉଁଆଡ଼େ ନିଖୋଜ ହୋଇଯାଇଥିଲା।

ଏହାପରେ ସର୍ଚ୍ଚ ଅପରେସନରେ ଇଣ୍ଡୋ-ତିବ୍ବତ ସୀମାନ୍ତରେ ଥିବା ଯବାନମାନଙ୍କ ସହ ସୁଖୋଇ-୩୦, ସି-୧୩୦, ଅନ୍ୟ ଏକ ଏଏନ୍‌-୩୨ ଓ ୨ଟି ଏମଆଇ-୧୭ ବିମାନ, ଇସ୍ରୋ ସାଟେଲାଇଟ୍ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର