ଭୁବନେଶ୍ଵର, ୨୮/୦୮ : ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ମନା। ଗୃହ ଭିତରେ ବ୍ୟବହାର ନ କରିବା ପାଇଁ ବାଚସ୍ପତି ସୁରମା ପାଢୀଙ୍କ ନିର୍ଦ୍ଦେଶ।
ସୂଚନାନୁଯାୟୀ, ଦିନ ୧୨ଟା ୮ ମିନିଟ୍ରେ ସୋର ବିଧାୟକ ଗୃହରେ ଫଟୋ ଉଠାଉଥିବା ନଜର ଆସିଥିଲେ। ଏହା ସହ ଫୋନ୍ରେ ବିଧାୟକ କଥା ହେଉଥିବା ଦେଖିବାକୁ ମିଳିଥିଲା। ଗୃହରେ ଏସବୁ କରିବା ଅନୁଚିତ୍ । ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ତାଗିଦ୍ କରିଛନ୍ତି । ଏହା ସହ ବିଧାନସଭା ବାହାରେ ପାଣିରେ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। କିନ୍ତୁ ବିଧାୟକମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି। ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନନେଇ ଆସିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।