PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଆଧୁନିକୀକରଣ ତାଲିକାରେ ଓଡ଼ିଶାର ୧୨ ଷ୍ଟେସନ: ପୁରୀରେ କାମ ଆରମ୍ଭ, ଅନ୍ଧାରରେ ଭୁବନେଶ୍ୱର ସମେତ ଅନ୍ୟ ଷ୍ଟେସନର ଡିଜାଇନ୍‌

ଭୁବନେଶ୍ୱର,୦୨/୦୭: ରାଜ୍ୟର ୧୨ଟି ରେଳ ଷ୍ଟେସନର ବିକାଶ କରାଯିବ । ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ଦେଶର ପାଖାପାଖି ୮ ହଜାର ରେଳ ଷ୍ଟେସନ୍‌ର ଆଧୁନିକୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିରେ ଓଡ଼ିଶାର ୧୨ଟି ଷ୍ଟେସନ୍‌ ସ୍ଥାନ ପାଇଛି । ଯାହାର ପୁନଃ ବିକାଶ କରିବାକୁ ଘୋଷଣା କରିଛି ମନ୍ତ୍ରଣାଳୟ । ଏହି ତାଲିକାରେ ପୁରୀ, ଭଦ୍ରକ, ବ୍ରହ୍ମପୁର, କଟକ, ଯାଜପୁର ଓ କେନ୍ଦୁଝର ରୋଡ୍‌, ରାୟଗଡା, ସମ୍ବଲପୁର, ବାଲେଶ୍ୱର, ଝାରସୁଗୁଡା, ରାଉଲକେଲା ଏବଂ ଭୁବନେଶ୍ୱର ରେଳ ଷ୍ଟେସନ ରହିଛି ।

ଉନ୍ନତ ମାନର ଯାତ୍ରୀ ସୁବିଧା ସହିତ ଅନ୍ତର୍ଜାତୀୟ ସ୍ତରୀୟ ସୁବିଧାମାନ ରେଳ ଷ୍ଟେସନରେ ମିଳିପାରିବ । ଷ୍ଟେସନଗୁଡିକ ବିମାନବନ୍ଦରଠୁ କିଛି କମ ଅନୁଭୁତ ହେବ ନାହିଁ । ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୁନ୍‌ ୨୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପୁରୀରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ୍‌ କାର୍ଯ୍ୟର ସମୀକ୍ଷା କରିଥିଲେ । ହେଲେ ଭୁବନେଶ୍ୱର ସମେତ ଅନ୍ୟ ରେଳ ଷ୍ଟେସନ୍‌ଗୁଡିକର ଉନ୍ନତିକରଣ ବାବଦରେ କି କି କାର୍ଯ୍ୟ ହେବ, ତାହା ଏବେବି ଅନ୍ଧାରରେ ରହିଛି । ଏ ନେଇ ଜୁନ୍‌ରେ ରେଳମନ୍ତ୍ରୀ ଦୁଇ ଥର ଗସ୍ତ କରିଥିଲେ ବି କୌଣସି ସୂଚନା ଦେଇନାହାନ୍ତି।

ଅପରପକ୍ଷେ ଭୁବନେଶ୍ୱର ରେଳ ଷ୍ଟେସନ୍‌କୁ ବିଶ୍ୱସ୍ତରୀୟ କରିବା ଲାଗି ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି । ୨୦୧୯ ମସିହା ସେପ୍ଟେମ୍ବର ୧୯ ତାରିଖରେ ଏ ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ପୂର୍ବତଟ ରେଳପଥ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା । ସେତେବେଳେ ମିଳିତ ଭାବେ କାମ କରିବାକୁ ଉଭୟ ସଂସ୍ଥା ରାଜି ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଉଭୟ ସଂସ୍ଥା ମଧ୍ୟରେ ବୁଝାମଣାର ଅଭାବ ଦେଖିବାକୁ ମିଳିଥିଲା । କାମ ଆଗେଇ ପାରିନଥିଲା । ତେବେ ପରବର୍ତ୍ତୀ ସମୟରେ ରେଳ ଷ୍ଟେସନ୍‌ର ବିକାଶ କାର୍ଯ୍ୟ ପୂର୍ବତଟ ରେଳପଥ କରିବା ଓ ଷ୍ଟେସନର ପାରିପାଶ୍ୱିର୍କ ବିକାଶ କାମ ବିଡିଏ କରିବା ନେଇ ନିଷ୍ପତ୍ତି ହୋଇଥିଲେ ବି କାମ ବିଶେଷ ଭାବେ ଆଗେଇ ପାରିନାହିଁ ।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପଞ୍ଚାୟତ ଓ ପୌର ନିର୍ବାଚନ ଆଚରଣ ବିଧି ସମୟ ଯିବା ପରେ ଭୁବନେଶ୍ୱର ଷ୍ଟେସନର ଡିଜାଇନ୍‌ ବାବଦରେ ବିସ୍ତୃତ ସୂଚନା ଦେବେ ବୋଲି କହିଥିଲେ । ମାତ୍ର ଏବେ ଏହାକୁ ପାଶୋରି ଦେଇଛନ୍ତି । ଭୁବନେଶ୍ୱର ଷ୍ଟେସନ ଦେଇ ଖୋର୍ଦ୍ଧା ରୋଡ୍‌ ଷ୍ଟେସନ ଗସ୍ତ କରି ଷ୍ଟେସନ ବିଲ୍ଡିଂ ଉଦଘାଟନ କରିବାକୁ ଯାଇଥିଲେ ବି ଭୁବନେଶ୍ୱର ଷ୍ଟେସନ ସମ୍ପର୍କରେ ପଦୁଟିଏ ବି କହିଲେ ନାହିଁ । ଅନୁରୁପ ଭାବେ ଭଦ୍ରକ, ବ୍ରହ୍ମପୁର, କଟକ, ଯାଜପୁର ଓ କେନ୍ଦୁଝର ରୋଡ୍‌, ରାୟଗଡା, ସମ୍ବଲପୁର, ବାଲେଶ୍ୱର, ଝାରସୁଗୁଡା ଓ ରାଉଲକେଲା ଷ୍ଟେସନର ଉନ୍ନତି ପାଇଁ କି ଯୋଜନା ରହିଛି ତା’ ନେଇ ବି ରାଜ୍ୟବାସୀ ଅନ୍ଧାରରେ ରହିଛନ୍ତି । ରେଳମନ୍ତ୍ରୀ ନିଜ ରାଜ୍ୟର ହୋଇଥିବାରୁ ରେଳ ବଜେଟରେ ସର୍ବାଧିକ ଅନୁଦାନ ପାଇବା ଭଳି ଷ୍ଟେସନ୍‌ଗୁଡିକ ଦ୍ରୁତ ବିକାଶ ହେବ ବୋଲି ଆଶା ପ୍ରକଟ କରିଛନ୍ତି ।