ମୁମ୍ବାଇ,୯।୬: ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିରୋଧରେ ହେବାକୁ ଥିବା ଆଗାମୀ ଟି-୨୦ ଇଣ୍ଟରନ୍ୟାସନାଲ ସିରିଜ ପୂର୍ବରୁ ବିସିସିଆଇ ନେଇଛି ବଡ଼ ନିଷ୍ପତ୍ତି। ଭାରତର ଷ୍ଟାର ବୋଲର ମହମ୍ମଦ ସିରାଜଙ୍କୁ ଦୁଇଟି ଟି-୨୦ ସିରିଜ୍‌ରୁ ସ୍କ୍ବାର୍ଡରୁ ବାହାର କରି ଦିଆଯାଇଛି। ସିନିଅର ସିଲେକ୍ଟ କମିଟି ସିରାଜଙ୍କ ସ୍ଥାନରେ  ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ଟିମ୍‌ରେ ସାମିଲ କରିଛି। ଏହି ନିଷ୍ପତ୍ତି ଫ୍ୟାନଙ୍କୁ ଖୁବ୍ ଚକିତ କରିଛି।

ବିସିସିଆଇ ଦ୍ବାରା ଜାରି ଅଫିସିଆଲ ବୟାନ ଅନୁସାରେ, ସିରାଜ କୌଣସି ଆଘାତ କାରଣରୁ ବାହାରି ନାହାନ୍ତି। ବଂର ଆଗାମୀ ଲମ୍ବା ଓ ବ୍ୟସ୍ତ ଇଣ୍ଟରନ୍ୟାସନାଲ ସିଜିନକୁ ଦେଖି ତାଙ୍କୁ ଆରାମ ଦିଆଯାଇଛି। ବୋର୍ଡ କହିଛି, ବିସିସିଆଇର ମେଡିକାଲ ଟିମ୍ ଓ ଟିମ୍ ମ୍ୟାନେଜମେଣ୍ଟ ଭିତରେ ହୋଇଥିବା ବିସ୍ତୃତ ଚର୍ଚ୍ଚା ପରେ ମହମ୍ମଦ ସିରାଜଙ୍କୁ ତାଙ୍କର ଓ୍ବାର୍କଲୋଡ୍ ମ୍ୟାନେଜମେଣ୍ଟ ପୋଗ୍ରାମ୍ ଅନୁସାରେ, ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି। ଏହି ନିଷ୍ପତ୍ତି ସତର୍କତାମୂଳକ ରୂପରେ ନିଆଯାଇଛି। ଯାହାଫଳରେ ଆଗାମୀ ବ୍ୟସ୍ତ ସିଜିନ୍ ପୂର୍ବରୁ ସେ ସମ୍ପୂର୍ଣ୍ଣ ଭାବରେ ରିକଭରି ହୋଇପାରନ୍ତି।

ସିରିଜରୁ ବାହାର ହେବାପରେ ଡାଡାଣ ହାତୀ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ପ୍ରସିଦ୍ଧ କୃଷ୍ଣା ବୋଲିଂରେ ନିଜ ଅତିରିକ୍ତ ଗତି ପାଇଁ ପରିଚିତ। ଆୟାରଲ୍ୟାଣ୍ଡ ଓ ଇଂଲଣ୍ଡର ପିଚ୍‌ରେ ପ୍ରସିଦ୍ଧ କୃଷ୍ଣା ଭାରତୀୟ ବୋଲିଂକୁ ଆହୁରି ଆକ୍ରାମକ ଓ ଅଧିକ ମଜବୁତ କରିବାର ଆଶା ରହିସେଭଳି ତିଳକ ବର୍ମାଙ୍କୁ ଟିମ୍‌ର ଭାଇସ୍ କ୍ୟାପଟେନ୍ କରାଯାଇଛି। ଟିମ୍‌ରେ ବୈଭବ ସୂର୍ଯ୍ୟବଂଶୀ ଓ ପ୍ରିନ୍ସ ଯାଦବଙ୍କ ଭଳି ନୂଆ ଓ ଯୁବ ଚେହେରାକୁ ସୁଯୋଗ ମିଳିଛି।

ଆହୁରି ପଢନ୍ତୁ : India A vs Srilanka: '୩ ଛକା, ୬ ଚୌକା'; ଋତୁରାଜଙ୍କ ଧୂଆଁଧାର ଶତକ, ତିଲକ ବି ଚମକିଲେ