ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାରାଷ୍ଟ୍ରରେ ପାଣି ବିଲ୍କୁ ନେଇ ସାଧାରଣରେ ଅସନ୍ତୋଷ, ସିଏମ ସିନ୍ଦେଙ୍କ ସରକାରୀ ବାସଭବନରେ ୧୮ ଲକ୍ଷରୁ ଅଧିକ ଟଙ୍କା ବାକି…

ନୂଆଦିଲ୍ଲୀ: ପାଣି ବିଲ୍‌କୁ ନେଇ ମହାରାଷ୍ଟ୍ରରେ ଉତ୍ତେଜନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ବିଭିନ୍ନ ମନ୍ତ୍ରୀଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ପାଣି ବିଲ୍ ବକେୟା ରହିଛି । ସାଧାରଣତ ଯଦି ଜଣେ ସାଧାରଣ ମୁମ୍ବାଇ ବାସିନ୍ଦା ପାଖରେ ଦୁଇ-ତିନି ମାସରୁ ଅଧିକ ସମୟର ବକେୟା ପାଣି ବିଲ୍ ଥାଏ, ତେବେ ବିଏମସି ତାଙ୍କ ପାଣି ସଂଯୋଗକୁ ବିଚ୍ଛିନ୍ନ କରିଥାଏ । ଆଉ ଏଭଳିସ୍ଥଳେ ଭିଆଇପି ଲୋକଙ୍କ ବିରୋଧରେ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠିଛି । ଏବେ ଆସନ୍ତୁ ଜାଣିବା ଏହି ସମଗ୍ର ବିଷୟ କ’ଣ ?

ଆରଟିଆଇ କାର୍ଯ୍ୟକର୍ତ୍ତା ଶକିଲ ଅହମ୍ମଦ ଶେଖ ପାଣି ବିଲ୍ ବକେୟା ରଖିଥିବା କିଛି ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ତଥ୍ୟରେ ସାମ୍ନାକୁ ଆସିଛି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନ ଉପରେ ୧୮ ଲକ୍ଷ ୪୮ ହଜାର ୩୫୭ ଟଙ୍କା ପାଣି ବିଲ୍ ବାକି ରହିଛି । ଆରଟିଆଇରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଙ୍କ ସରକାରୀ ବାସଭବନର ସମୁଦାୟ ୯୫ ଲକ୍ଷ ୧୨ ହଜାର ୨୩୬ ଟଙ୍କାର ପାଣି ବିଲ୍ ବାକି ରହିଛି ।  

ଯେଉଁ ମନ୍ତ୍ରୀଙ୍କ ସରକାରୀ ବାସଗୃହର ପାଣି ବିଲ୍ ବାକି ରହିଛି, ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର,ମନ୍ତ୍ରୀ ସୁଧୀର ମୁନଗଣ୍ଟିବାର, ମନ୍ତ୍ରୀ ରାଧା କୃଷ୍ଣ ବିଖେ ପାଟିଲ ଏବଂ ଅନ୍ୟ କିଛି ମନ୍ତ୍ରୀ ସାମିଲ ଅଛନ୍ତି । ତେବେ ବିଏମସିର ଏଭଳି ଦୟାଳୁ ମନୋଭାବ ଏବଂ ପକ୍ଷପାତିତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.