ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଭୂକମ୍ପ ପରେ ପରେ... ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବାସହରା, ଖାଇବାକୁ ପାଉନାହାନ୍ତି ୯ ଲକ୍ଷ

ନୂଆଦିଲ୍ଲୀ ୧୧/ ୦୨: ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ପୂରା ବିଶ୍ବକୁ ସ୍ତବ୍ଧ କରିଦେଇଛି । କିଏ ମା'କୁ ହରାଇ ବାହୁନି ବାହୁନି କାନ୍ଦୁଛି ତ ଆଉ କାହାର ପୂରା ପରିବାର ଛାରଖାର୍‌ ହୋଇଯାଇଛି । କିଏ ନିଜ ପୁଅ-ଝିଅକୁ ହରାଇ ଛାତି ପିଟୁଛି ତ ଆଉ କାହାର ବାପା-ମାଆ ଭୂମିକମ୍ପର ଆଁ ରେ ଜୀବନ ହାରିଛନ୍ତି । ଘଟଣାକୁ ୬ ଦିନ ବିତିସାରିଛି ସତ କିନ୍ତୁ ଏବେ ବି ଦୁଇ ଦେଶରେ ଯେମିତି ହାହାକାର ପରିସ୍ଥିତି । ଗୋଟିଏ ଲୋମଟାଙ୍କୁରା ଝଟ୍‌କା ବର୍ତ୍ତମାନ ସୁଦ୍ଧା ନେଲାଣି ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ବ ଜୀବନ । ତୁର୍କୀ ଓ ସିରିଆର ଏଭଳି ଦୃଶ୍ୟ ଯେତିକି ତାଜୁବ କରୁଛି ସେତିକି ହୃଦୟ ବିଦାରକ ମଧ୍ୟ ।

{"id":533563,"width":822,"height":568,"sizeSlug":"full","linkDestination":"none"}
Social Media

ସୋମବାର ଭୋର୍‌ ୪.୧୭ ମିନିଟ୍‌ । ପ୍ରାୟ ସମସ୍ତେ ଶୋଇଥିଲେ । ହଠାତ୍‌ ଝଟ୍‌କା ଦେଇଥିଲା ଭୂମିକମ୍ପ । କେହି କିଛି ବୁଝିବା ପୂର୍ବରୁ ଭୁଶୁଡି ପଡିଥିଲା ବଡ ବଡ କୋଠା । ନିଦରେ ଥିବାରୁ କେହି କିଛି ଅନ୍ଦାଜ ବି ଲଗାଇପାରିନଥିଲେ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୭.୮ । ଧ୍ବଂସାବଶେଷ ତଳେ ଚାପିହୋଇ ଚାଲିଯାଇଥିଲା ହଜାର ହଜାର ଜୀବନ । କେବଳ ସେହି ଗୋଟିଏ ନୁହେଁ ପ୍ରଥମ ଭୂକମ୍ପର ଠିକ୍‌ ପରେ ପରେ ଅର୍ଥାତ୍‌ ସୋମବାର ଦିନ ହିଁ ଆଉ ଦୁଇଟି ଝଟ୍‌କା ଲାଗିଥିଲା । ଅଧା ଭଙ୍ଗା ଅଟ୍ଟାଳିକା ଗୁଡିକ ମାଟିରେ ମିଶିଯାଇଥିଲା ।

{"width":835,"height":501}
Race to find quake survivors – as it happened | Turkey-Syria earthquake  2023 | The Guardian
Social Media

ତୁର୍କୀ ଏବଂ ସିରିଆରେ ଏବେ ବି ହଜାର ହଜାର ଲୋକେ ନିଖୋଜ ଅଛନ୍ତି । ଆହତଙ୍କ ସଂଖ୍ୟା ୫୦ ହଜାର ପାର୍‌ । ମୃତକ ଏବଂ ଗୁରୁତରଙ୍କ ମଧ୍ୟରେ ଅନେକ ଶିଶୁ ଓ ବୟସ୍କ ବ୍ୟକ୍ତି ରହିଛନ୍ତି । ଅଧିକାରୀକ ରିପୋର୍ଟ ଅନୁଯାୟୀ ତୁର୍କୀରେ ମୃତ୍ୟୁସଂଖ୍ୟା ୨୦,୬୬୫ ରହିଥିବା ବେଳେ ସିରିଆରେ ୩୫୫୩ ରହିଛି । ମୃତ୍ୟୁସଂଖ୍ୟା ଆହୁରି ମଧ୍ୟ ବୃଦ୍ଧିପାଇବା ଆଶଙ୍କା କରାଯାଉଛି । ଦକ୍ଷିଣାଞ୍ଚଳ ତୁର୍କୀର ଅଧିକାଂଶ ଲୋକେ ବାସହରା ହୋଇପଡିଛନ୍ତି । ଖାଦ୍ୟ ଓ ପାଣି ବିନା ଡହଳବିକଳ ହେଉଛନ୍ତି ଶିଶୁଙ୍କ ଠାରୁ ବୟସ୍କ । ଦୁଇ ଦେଶର ପ୍ରାୟ ୮ ଲକ୍ଷ ୭୦ ହଜାର ଲୋକ ତୁରନ୍ତ ଖାଦ୍ୟର ଆବଶ୍ୟକତା କରୁଛନ୍ତି । ସେମାନଙ୍କ ନିକଟରେ ଖାଦ୍ୟ ପହଞ୍ଚିବା ନିହାତି ଜରୁରୀ ।

{"width":842,"height":505}
First Thing: Turkey and Syria earthquake death toll 'could pass 20,000' |  US news | The Guardian
Social Media

କେବଳ ତୁର୍କୀରେ ପ୍ରାୟ ୫ ଲକ୍ଷ ୪୫ ହଜାର ଲୋକ ବାସହରା ହୋଇପଡିଛନ୍ତି । ୪୫ ହଜାର ଶରଣାର୍ଥୀ ବି ଦହଗଞ୍ଜ ହେଉଛନ୍ତି । ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ଙ୍କ ପାଇଁ ଉଦ୍ଧାରକାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇପଡିଥିବା ବେଳେ ସେ ହାତ ଟେକିଦେଇଛନ୍ତି । ଯାହା କିଛି ବି ସମ୍ଭବ ତାହା କରାଯାଉଛି । ସକ୍ଷମ ମୁତାବକ ଉଦ୍ଧାରକାରୀ ଟିମ୍‌ କାମରେ ଲାଗିଛନ୍ତି ଏବଂ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛନ୍ତି । ଭାରତ ସମେତ ଆଉ କିଛି ଦେଶ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ଭାରତରୁ ଏନଡିଆରଏଫ୍‌ ଟିମ୍‌ ସଦସ୍ୟ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ବେଳେ ସୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଦେଉଛନ୍ତି ।

ପଢନ୍ତୁ ଏହି ଖବର: ବଲ୍‌ ଟାମ୍ପରିଂ ମାମଲାରେ ଜାଡେଜାଙ୍କୁ କ୍ଲିନଚିଟ୍, କିନ୍ତୁ ଆଙ୍ଗୁଠିରେ କ୍ରିମ୍‌ ଲଗାଇଥିବାରୁ ଦଣ୍ଡିତ କଲା ICC

{"id":533564,"width":834,"height":527,"sizeSlug":"full","linkDestination":"none"}
Social Media

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.