ଧୋନିଙ୍କୁ ନେଇ ପାକିସ୍ତାନୀ ମନ୍ତ୍ରୀ ଦେଲେ ଅଦ୍ଭୁତ ମନ୍ତବ୍ୟ,କହିଲେ-କ୍ରିକେଟ ଖେଳିବାକୁ ଆସିଛନ୍ତି ନା…

ନୂଆଦିଲ୍ଲୀ,୭।୬: ବିଶ୍ବକପ୍ ୨୦୧୯ରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଓ୍ବିକେଟ୍ କିପିଂ ବେଳେ ତାଙ୍କର ଗ୍ଲୋଭସରେ ଥିବା ସେନାର ଚିହ୍ନକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ଏହାପରେ ଅନ୍ତଃର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ପକ୍ଷରୁ ବିସିସିଆଇ(ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ)କୁ କୁହାଯାଇଛି ଗ୍ଲୋଭସରୁ ଧୋନି ଏହି ଚିହ୍ନକୁ ହଟାନ୍ତୁ। କିନ୍ତୁ ଧୋନିଙ୍କ ସମର୍ଥନରେ ବାହାରି ଆଇସିସିକୁ ବିସିସିଆଇ ପକ୍ଷରୁ ଚିଠି ଲେଖାଯାଇଛି। କିନ୍ତୁ ଏହା ଭିତରେ ପାକିସ୍ତାନର ବିଜ୍ଞାନ ଓ ପ୍ରାଦ୍ୟୋଗିକ ସରକାରର ସଙ୍ଘୀୟ ମନ୍ତ୍ରୀ ଫଓ୍ବାଦ ହୁସେନ ଧୋନିଙ୍କ ଗ୍ଲବସକୁ ନେଇ କମେଣ୍ଟ ଦେଇଛନ୍ତି।
Dhoni is in England to play cricket not to for MahaBharta , what an idiotic debate in Indian Media,a section of Indian media is so obsessed with War they should be sent to Syria, Afghanistan Or Rawanda as mercenaries…. #Idiots https://t.co/WIcPdK5V8g
— Ch Fawad Hussain (@fawadchaudhry) June 6, 2019
ଏହି ବିବାଦକୁ ନେଇ ସେ ଦେଇଛନ୍ତି ଅତି ଅଦ୍ଭୁତ ମନ୍ତବ୍ୟ। ସେ ଟ୍ବିଟରରେ ଲେଖିଛନ୍ତି ‘ଧୋନି ଇଂଲଣ୍ଡରେ କ୍ରିକେଟ ଖେଳିବାକୁ ଯାଇଛନ୍ତି, ମହାଭାରତ ପାଇଁ ନୁହେଁ। ଭାରତୀୟ ଗଣମାଧ୍ୟମରେ କିଭଳି ବେକାର ବିତର୍କ ଚାଲିଛି। ଭାରତୀୟ ଗଣମାଧ୍ୟମ ଏକର ଏକ ଗୋଷ୍ଠୀ ଯୁଦ୍ଧ ପ୍ରତି ଖୁବ୍ ଆସକ୍ତ ଯେ, ସେମାନଙ୍କୁ ସିରିୟା, ଆଫଗାନିସ୍ତାନ କିମ୍ବା ରାଓ୍ବଡା ମର୍ସିନରି(ଭଡାରେ ସୈନିକ) ତିଆରି କରି ପଠାଇ ଦେବା ଦରକାର।‘ ତେବେ ସେ ଯାହା ବି ହେଉ କିନ୍ତୁ ଧୋନିଙ୍କ ଏହି ବ୍ୟାଜକୁ ଦେଖି ବହୁ ଲୋକ ତାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି।