ପ୍ରମୁଖ ଖବର
  • ବିଜେପି ଫୋକସ୍‌ରେ ଓଡ଼ିଶା, ଆସୁଛନ୍ତି ହେଭିଓ୍ବେଟ୍, ଆସନ୍ତା ୮ରେ ରାଜନାଥ ସିଂ, ୯ରେ ନୀତିନ ଗଡ଼କାରୀ, ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଆସନ୍ତା ୧୦ରେ ଦୋହା ଡାଏମଣ୍ଡ୍‌ ଲିଗ୍‌ , କିଶୋରଙ୍କ ସହ ସିଜନ ଆରମ୍ଭ କରିବେ ନୀରଜ ଚୋପ୍ରା
  • ||
  • ଖପୁରିଆ କରତକଳରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ, ଚନ୍ଦନ ଯାତ୍ରା ପାଇଁ ଚିରଟ କାଠ ଗଲା ଶ୍ରୀକ୍ଷେତ୍ର
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି, ଆସନ୍ତା ୯ରେ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବୈଠକ
  • ||
  • ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି, ୬ ଲେକାସଭା, ୪୨ବିଧାନସଭା ଆସନରେ ଆଜିଠୁ ନାମାଙ୍କନ
  • ||
  • ତୃତୀୟ ପର୍ଯ୍ୟାୟ ମତଦାନ: ୯୩ ଲୋକସଭା ଆସନରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • IPL 2024: ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ପ୍ଲେ-ଅଫ୍‌ ସ୍ଥାନ ପକ୍କା ଲକ୍ଷ୍ୟରେ ରୟାଲ୍ସ
  • ||
  • ଶେଷରେ ଶୁଣିଲେ ପ୍ରଭୁ .. ଆଜିଠୁ ତାତିକୁ ଛୁଟି, ଖସିବ ପାରଦ: ୨୦ ଜିଲ୍ଲାରେ ବର୍ଷା ଆଶଙ୍କା
  • ||

ଆଇପିଏଲ୍‌-୨୦୨୩: ୱାଙ୍ଖଡ଼େରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସ, ବିଜୟ ସହ ପଏଣ୍ଟ ବୃଦ୍ଧି ଲକ୍ଷ୍ୟରେ ଉଭୟ ଟିମ୍

ମୁମ୍ବାଇ,୧୬/୦୪: ଚଳିତ ଆଇପିଏଲ୍‌ରେ ରବିବାର ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଜୋରଦାର ପ୍ରସ୍ତୁତି କରିଛି । ନାଇଟ୍‌ ରାଇଡର୍ସକୁ ଅଭ୍ୟାସ କରିବା ପାଇଁ ସମୟ ମିଳିନାହିଁ । ଦିନକ ତଳେ ସନରାଇଜର୍ସ ଠାରୁ ପରାଜିତ ହେବା ପରେ ନାଇଟ୍‌ ରାଇଡର୍ସ ଦଳ ଶନିବାର ମୁମ୍ବାଇରେ ପହଞ୍ଚି ବିଶ୍ରାମ ନେଇଥିଲା । ରବିବାର ମ୍ୟାଚ୍‌ ପୂର୍ବରୁ ଦଳ ଅଭ୍ୟାସ କରିବ ।

ନାଇଟ୍‌ ରାଇଡର୍ସ ୪ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ମୋଟ୍‌ ୪ ପଏଣ୍ଟ ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ହାସଲ କରିଛି । ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ନବମ ସ୍ଥାନରେ ରହିଛି । ତେଣୁ ଯଥା ସମ୍ଭବ ବିଜୟ ହାସଲ କରି ପଏଣ୍ଟ ବୃଦ୍ଧି କରିବାକୁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରୟାସ କରିବ । ବାରମ୍ବାର ଲଢୁଆ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଥିବା ନାଇଟ ରାଇଡର୍ସ ମଧ୍ୟ କଡା଼ ଟକ୍କର ଦେବାକୁ ପ୍ରସ୍ତୁତ ରହିଛି ।

ଘରୋଇ ଗ୍ରାଉଣ୍ଡ ଓ ଦର୍ଶକଙ୍କ ଗହଣରେ ଖେଳୁଥିବାରୁ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିବ । ପୂର୍ବ ରେକର୍ଡ ମଧ୍ୟ ଘରୋଇ ଦଳ ପକ୍ଷରେ ରହିଛି । ଆଇପିଏଲ ଇତିହାସରେ ଉଭୟ ଦଳ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୨୨ଟି ମ୍ୟାଚ୍‌ ଜିତିଥିବାବେଳେ ନାଇଟ ରାଇଡର୍ସ ୯ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ୨୦୧୭ରେ ଉଭୟ ଦଳ ସର୍ବାଧିକ ୩ଥର ଭେଟିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ସମସ୍ତ ମ୍ୟାଚ୍‌ ଜିତିଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରୋହିତ ଶର୍ମା ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିଥିଲେ । ମାତ୍ର ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଟିମ ଡେଭିଡ୍‌ ଓ କାମରେନ୍‌ ଗ୍ରୀନଙ୍କ ଫର୍ମହାନୀ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ନାଇଟ ରାଇଡର୍ସ ବିପକ୍ଷରେ ଫର୍ମ ଫେରିପାଇବାକୁ ଏହି ଖେଳାଳିମାନେ ଅତିରିକ୍ତ ବ୍ୟାଟିଂ ଅଭ୍ୟାସ କରୁଛନ୍ତି ।

ସୂର୍ଯ୍ୟକୁମାର ନିରାଶ କରିଥିଲେ ହେଁ ନାଇଟ ରାଇଡର୍ସ ପାଇଁ ଭୟର କାରଣ ହେବେ । ସୁନିଲ ନାରାଏନ, ବରୁଣ ଚକ୍ରବର୍ତ୍ତୀ ଓ ସୂୟାଶ ଶର୍ମାଙ୍କ ସ୍ପିନ ବୋଲିଂ ଉପରେ ନାଇଟ ରାଇଡର୍ସ ମୁଖ୍ୟତଃ ନିର୍ଭର କରୁଛି । ସୂର୍ଯ୍ୟକୁମାର ଫର୍ମକୁ ଫେରିଲେ ଏହି ୩ ସ୍ପିନରଙ୍କ ଭାଗ୍ୟ ସଂକଟାପନ୍ନ କରିଦେବେ । ଉମେଶ ଯାଦବ, ଆନ୍ଦ୍ରେ ରସେଲ, ଟିମ ସାଉଦିଙ୍କ ବିପକ୍ଷରେ ମଧ୍ୟ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଉନ୍ନତ ରହିଛି ।

ୱାଙ୍ଖଡ଼େ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ଫଳରେ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ୱାଙ୍ଖଡ଼େରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି । ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଠାରୁ ପରାଜିତ ହୋଇଥିଲା ।

wp:heading

ସମ୍ଭାବ୍ୟ ଦଳ

/wp:heading

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, କାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଟିମ ଡେଭିଡ୍‌, ନେହାଲ ୱଦେରା, ହ୍ରିତିକ ସୋକିନ, ପିୟୂଷ ଚାୱଲା, ରିଲି ମେରେଡିଥ୍‌, ଜାସନ ବେହରନଡର୍ଫ ।

ନାଇଟ ରାଇଡର୍ସ: ରହମନୁଲ୍ଲା ଗୁରବାଜ, ନାରାୟଣ ଜଗଦୀଶନ, ଭେଙ୍କଟେଶ ଆୟର, ସୁନିଲ ନାରାଏନ, ନିତିଶ ରାଣା(ଅଧିନାୟକ), ଆନ୍ଦ୍ରେ ରସେଲ, ରିଙ୍କୁ ସିଂ, ସର୍ଦୁଲ ଠାକୁର, ଉମେଶ ଯାଦବ, ଲୋକି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.