ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହସ୍ପିଟାଲରେ ଭର୍ତ୍ତି ହେଲେ ମୁନାୱାର ଫାରୁକି

ମୁମ୍ବାଇ,୨୫/୫:ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ ବସ ୧୭ ବିଜେତା ମୁନାୱାର ଫାରୁକି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥତା କାରଣରୁ ଗତକାଲି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ମୁନାୱରଙ୍କ ଘନିଷ୍ଠ ବନ୍ଧୁ ନିତିନ ମେଙ୍ଗାନି ସୋସିଆଲ ମିଡିଆରେ ହସ୍ପିଟାଲରୁ ତାଙ୍କର ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଫଟୋରେ ଅଭିନେତା ଡାକ୍ତରଖାନା  ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ନଜର ଆସିଛନ୍ତି । ମୁନାୱରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ଫ୍ୟାନ୍ସ ଚିନ୍ତିତ ହେବା ସହ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

ନିତିନ ମେଙ୍ଗାନୀଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ମୁନାୱାର ଫାରୁକିଙ୍କ ହାତରେ ଆଇବି ଡ୍ରିପ ଲଗାଯାଇଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ''ମୋର ଭାଇର ଶୀଘ୍ର ଆରୋଗ୍ୟ ପାଇଁ ମୁଁ କାମନା କରୁଛି ।'' ତାଙ୍କ ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡିଛନ୍ତି । ସୂଚନା ଥାଉ କି,ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ଡାକ୍ତରଖାନାରେ ଭର୍ତ୍ତି ହେବା ପ୍ରଥମ ଥର ନୁହେଁ । ଗତ ମାସରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଥିଲା । ସେ ପେଟ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.