ବ୍ରହ୍ମପୁରରେ କାର୍ଯ୍ୟରତ ଥିବା ବେଳେ କୌଣସି ଅଧିକାରୀ କିମ୍ଵା ରାଜନେତାଙ୍କ ପିଏସ୍ଓ ନଥିଲା ଗୋପାଳ : ତୁଷାରକାନ୍ତି ବେହେରା

ଭୁବନେଶ୍ଵର, ୨୦/୦୩ : ଗୃହରେ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ତାତି। ଅଭିଯୁକ୍ତ ଏଏସ୍ଆଇଙ୍କ ନିଯୁକ୍ତି ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ପ୍ରଶ୍ନ କଲେ ବିଧାୟିକା କୁସୁମ ଟେଟେ। ସେ ପ୍ରଶ୍ନ କହିଛନ୍ତି ଯେ, ୧୯୯୨ ମସିହା ଠାରୁ ୨୦୦୯ ପର୍ଯ୍ୟନ୍ତ ଏଏସଆଇ ଗୋପାଳ ବ୍ରହ୍ମପୁର ଠାରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ସମୟରେ କେଉଁ ଅଧିକାରୀ କିମ୍ବା ରାଜନେତାଙ୍କ ପିଏସ୍ଓ ଭାବେ କାର୍ଯ୍ୟ କରୁଥିଲେ।
ସ୍ଵରାଷ୍ଟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ୧୯୯୨ ଜୁଲାଇ ୮ ତାରିଖ ଠାରୁ ୨୦୦୯ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଏଏସ୍ଆଇ ଗୋପାଳ କୃଷ୍ଣ ଦାସ ଜିଲ୍ଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ। ଏହି ସମୟରେ ସେ କୌଣସି ଅଧିକାରୀ କିମ୍ବା ରାଜନେତାଙ୍କ ପିଏସ୍ଓ ଭାବେ କାର୍ଯ୍ୟ କରୁ ନଥିଲେ।