ଭଦ୍ରକ ୨୨/୦୩: ଆଜି ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତର ଆଦିବାସୀ କଲୋନୀ ବାସିନ୍ଦା ତୁଳସୀ ମୁଣ୍ଡାଙ୍କର ୮ ବର୍ଷୀୟ ପୁଅ ଖେଳୁଥିବା ବେଳେ ଘର ପାଖରେ ଯାଇଥିବା ଏକ ବିଦ୍ୟୁତ ଖୁଣ୍ଟର ଷ୍ଟେ ତାର ସଂସ୍ପର୍ଶରେ ଆସି ଚେତାଶୂନ୍ୟ ହୋଇ ପଡିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜ଼ିଲ୍ଲା ଚିକିତ୍ସାଳୟକୁ ନେଇ ଯାଇଥିଲେ। ହେଲେ ହସ୍ପିଟାଲରେ ନାବାଳଙ୍କ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ବିଦ୍ୟୁତ ଝଟକା ଲାଗି ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛ।
ପ୍ରକାଶ ଯୋଗ୍ୟ ଯେ, ଗତ ସୋମବାର ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଷ୍ଟେ' ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଥିଲା। ବିଦ୍ୟୁତ ବିଭାଗର ଖାମ ଖିଆଲି ନୀତି ଯୋଗ ଏଭଳି ଘଟଣା ପୁଣି ଘଟିଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।