ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ସାମାନ୍ୟ ଆହତ

ଉମରକୋଟ ୧୧/୦୨ :  ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଦିଲ୍ଲୀରେ ସଂସଦ ଅଧିବେଶନ ସାରି ନିଜ ଘରକୁ ଫେରୁଥିଲେ । ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ମଝି ରାସ୍ରେ ଚକା ଫାଟି ଯିବାରୁ ଉମରକୋଟ ଥାନା ଚିକଲପଦର ନିକଟରେ ବିଲକୁ ଖସିଲା ଗାଡ଼ି। ଦୁର୍ଘଟଣାରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଡ୍ରାଇଭରଙ୍କ ସମେତ ତିନ ଜଣ ସାମାନ୍ୟ ଆହତ ହୋଇଛି।। 

ସୂଚନା ମୁତାବକ, ଗତକାଲି ଦିଲ୍ଲୀରେ ସଂସଦ ଅଧିବେଶନ ସାରି ନିଜ ଘରକୁ ଫେରୁଥିଲେ । ବିଳମ୍ବିତ ରାତିରେ ରାୟପୁରରୁ ଉମରକୋଟ ନିଜ ଘରକୁ ଆସୁଥିବା ବେଳେ ମଝି ରାସ୍ତାରେ ହଠାତ୍‌ ଗାଡିର ଚକା ଫାଟି ଯାଇଥିଲା । ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ବିଲ ଭିତରକୁ ପଶି ଯାଇଥିଲା । ଗାଡିରେ ଥିବା ସାଂସଦ ରମେଶ ଚନ୍ଦ୍ର ମାଝି ସମେତ ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉମରକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.