ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବିଚିତ୍ର ନୀତି: ବାଘ ଦେଇ ବିଲେଇ ଆଣିଲେ ନନ୍ଦନକାନନ କର୍ତ୍ତୃପକ୍ଷ, ପୁଣି ଆଣିବେ ହିମାଳୟ ଭାଲୁ

ଭୁବନେଶ୍ୱର,୦୪/୦୯: ରାଜ୍ୟରେ ବାଘ ବଂଶ ଲୋପ ପାଇବାକୁ ବସିଲାଣି । ଗତ ବାଘ ଗଣନା ରିପୋର୍ଟରୁ ରାଜ୍ୟରେ ସମୁଦାୟ ୨୦ଟି ବାଘ ଥିବା ଜଣାପଡ଼ିଛି । ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ କେବଳ ନନ୍ଦନକାନନରେ ୩୧ ବାଘ ଥିଲେ। ଏପରିସ୍ଥିତିରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିଚିତ୍ର ନିଷ୍ପତ୍ତିକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କଲେଣି । କାରଣ ନନ୍ଦନକାନନ କର୍ତ୍ତୃପକ୍ଷ ବାଘ ବଦଳରେ ବିଲେଇ ଆଣିଛନ୍ତି । ପୁଣି ଏଠାରେ ୭ଟି ହିମାଳୟ ଭାଲୁଥିବା ବେଳେ ଏଠାରୁ ୨ ବାଘ ଦେଇ ରାଜ୍ୟ ବାହାର ଚିଡ଼ିଆଖାନାରୁ ହିମାଳୟ ଭାଲୁ ମଗାଇଛନ୍ତି । କର୍ତ୍ତୃପକ୍ଷଙ୍କ ଏପରି ବିଚିତ୍ର ନୀତିକୁ ନେଇ ଅଙ୍ଗୁଳି ଉଠିଛି ।

ନନ୍ଦନକାନନରେ ସମୁଦାୟ ୩୧ଟି ବାଘ ଥିଲେ । ନନ୍ଦନକାନନ କର୍ତ୍ତୃପକ୍ଷ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଗତ ଜୁଲାଇ ମାସରେ ୨ଟି ବାଘ ଇଟାନଗର ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଦେଇ ୨ଟି ହୁଲକ ଗିବନ ଓ ୨ଟି ଚିତା ବିଲେଇ ଆଣିଛନ୍ତି । ଗତମାସରେ ଏଠାରୁ ୨ଟି ବାଘ ମିଜୋରାମ ଚିଡ଼ିଆଖାନାକୁ ପଠାଇ ସେଠାରୁ ୨ଟି ହୁଲକ ଗିବନ, ୨ଟି ଘୁଷୁରୀ ଲାଞ୍ଜି ମାଙ୍କଡ଼ ଓ ଗୋଟିଏ ମାଈ ହିମାଳୟ ଭାଲୁ ମଗାଇଛନ୍ତି । ଯାହା ବିଡ଼ମ୍ବନାର ବିଷୟ ପାଲଟିଛି । କାରଣ ପୂର୍ବରୁ ଏଠାରେ ୭ଟି ହିମାଳୟ ଭାଲୁ ଅଛନ୍ତି । ସେମାନଙ୍କ ମଧ୍ୟରେ ୫ଟି ଅଣ୍ଡିରା ଓ ୨ଟି ମାଈ ରହିଛନ୍ତି । ସେହିପରି ୨ଟି ମାଈ ଓ ଅଣ୍ଡିରା ହୁଲକ ଗିବନ ଥିବା ବେଳେ ପୁଣି ୨ଟି ଗିବନ ମଗାଇଛନ୍ତିି । ଯାହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମନମାନି ଚାଲିଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି । ଏବେ ନନ୍ଦନକାନନରେ ଆଉ ୨୭ ବାଘ ଅଛନ୍ତି ।

ଆଉ ଏକ ବିଡ଼ମ୍ବନାର ବିଷୟ ହେଉଛି, ୨୦୨୧ ଏପ୍ରିଲ ୨୨ରେ ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀ ଓ ଖୋର୍ଦ୍ଧାରୁ ୭ଟି ହିମାଳୟ ଭାଲୁ ଉଦ୍ଧାର ହୋଇଥିଲେ । ଯାହାକୁ ବନ କର୍ମଚାରୀ ପ୍ରଥମେ ଚିହ୍ନଟ କରିପାରି ନଥିଲେ । ଉକ୍ତ ୭ ଭାଲୁ ଛୁଆଙ୍କୁ ନନ୍ଦନକାନନରେ ଆଣି ରଖାଗଲା । ପରେ ଉକ୍ତ ଭାଲୁ ଛୁଆ ଜନ୍ମ କରିବା ପରେ ସେମାନଙ୍କ ପେଟରେ ଧଳାଚିହ୍ନ ଦେଖି ସେଗୁଡ଼ିକ ହିମାଳୟ ଭାଲୁ ବୋଲି ଜଣା ପଡ଼ିଥିଲା । ଏହି ପ୍ରଜାତିର ଭାଲୁ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଉତ୍ତର-ପୂର୍ବ ଚୀନ୍‌, ଭାରତ, ଇରାନ, ଜାପାନ, ଦକ୍ଷିଣ କୋରିଆ, ଉତ୍ତର କୋରିଆ, ମିଆଁମାର(ବର୍ମା), ନେପାଳ, ପାକିସ୍ତାନ, ରୁଷିଆ, ତାଇୱାନ, ଥାଇଲ୍ୟାଣ୍ଡ ଏବଂ ଭିଏତନାମ ଆଦି ଦେଶରେ ପ୍ରାକୃତିକ ଆବାସସ୍ଥଳୀରେ ଦେଖିବାକୁ ମିଳନ୍ତି । ଭାରତରେ ଜାମ୍ମୁ କାଶ୍ମୀରରୁ ଅରୁଣାଚଳ ପ୍ରଦେଶ ସହିତ ଆସାମ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଆଦି ରାଜ୍ୟର ପାହାଡ଼ି ଇଲାକାରେ ଏହି ଏସିଆଟିକ କଳା ଭାଲୁ ଦେଖାଯାଇଥାନ୍ତି । ଏହି ଭାଲୁ ପ୍ରଜାତିକୁ ଆଇୟୁସିଏନ ରେଡ୍‌ଲିଷ୍ଟରେ ଭଲ୍‌ନରେବୁଲ ବା ଅସୁରକ୍ଷିତ ବୋଲି କୁହାଯାଇଛି । 

ଏହି ପରିପ୍ରେକ୍ଷୀରେ, ଏହି ଭଳି ୭ଟି ବିରଳ ଭାଲୁ ଛୁଆ କେଉଁଭଳି ଭାବରେ ଓଡ଼ିଶାକୁ ଆସିପାରିଲେ ତାହା ଅତ୍ୟନ୍ତ ସ୍ପର୍ଶକାତର ତଥା ତଦନ୍ତର ବିଷୟ ହୋଇଥିଲା । ଉଦ୍ଧାର ଭାଲୁ ଛୁଆଗୁଡିକ ଭାରତର କେଉଁ ଏକ ରାଜ୍ୟରୁ ଓଡ଼ିଶାକୁ ଆସିଥିଲେ କିମ୍ବା କେଉଁ ଏକ ଅନ୍ତର୍ଜାତୀୟ ରାକେଟ ଜରିଆରେ ଏସିଆର ଅନ୍ୟ କେଉଁ ଦେଶରୁ ଆସିଥିଲେ ତାହା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଚାହିଁଥିଲେ ନିଜଆଡୁ ତଦନ୍ତ କରି ପାରିଥାନ୍ତା । କିନ୍ତୁ ବନବିଭାଗ ନା ଏସ୍‌ଟିଏଫ୍‌ ଏତେବଡ଼ ବନ୍ୟପ୍ରାଣୀ ଅପରାଧ ବିଷୟରେ ମୁଣ୍ଡ ଖେଳାଇଲେ ନାହିଁ । ଯାହାକୁ ବନ ବିଭାଗ ଚାପିଦେଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସେପଟେ ଆମ ଜାତୀୟ ପଶୁ ବାଘ ବଂଶ ରାଜ୍ୟରୁ ଲୋପ ପାଇବାକୁ ବସିଥିବା ବେଳେ ନନ୍ଦନକାନନ କର୍ତ୍ତୃପକ୍ଷ ବାଘ ବଦଳରେ ବିଲେଇ, ଭାଲୁ ଓ ମାଙ୍କଡ଼ ଆଦି ଆଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏନେଇ ନନ୍ଦନକାନନ ସହକାରୀ ନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍ତି ଯେ ଏଠାରେ ଏକା ପ୍ରଜାତିର ବାଘ ଅଛନ୍ତି । ତେଣୁ ଜନ୍ତୁ ବଦଳ ପ୍ରକ୍ରିୟାରେ ବାଘ ବଦଳରେ ଅନ୍ୟ ଜନ୍ତୁ ଆଣି ବଂଶବୃଦ୍ଧି ପାଇଁ ଯୋଜନା ରହିଛି । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ପରାମର୍ଶରେ ଏଭଳି କରାଯାଉଛି ।

Copyright © 2022 - Summa Real Media Private Limited. All Rights Reserved.